ଓଡିଶା

ଆଜିଠୁ ବଜେଟ୍ ଅଧିବେଶନ, ପ୍ରଥମ ଦିନରେ ଘେରିବ ବିରୋଧୀ

ଆଜିଠାରୁ ଆରମ୍ଭ ହୋଇଛି ୨୦୨୨ର ପ୍ରଥମ ବିଧାନସଭା ବଜେଟ ଅଧିବେଶନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ବିଧାନସଭା ଏବଂ ତା’ ଆଖପାଖ ଅଞ୍ଚଳକୁ ପୋଲିସ ସୁରକ୍ଷା ବଳୟରେ ମଧ୍ୟରେ ରଖାଯାଇଛି । ଧାରଣାସ୍ଥଳ ଏବଂ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ରହିବ ପୋଲିସର ନଜର । ୬ ଜଣ ଅତିରିକ୍ତ ଡିଏସପି, ୧୧ ଜଣ ଆସିଷ୍ଟାଣ୍ଟ ଡିଏସପି, ୧୩ ଇନ୍ସପେକ୍ଟର, ୬୫ରୁ ଅଧିକ ଅଫିସରଙ୍କ ସହ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏମର୍ଜେନ୍ସି ପାଇଁ ୨ ୟୁନିଟ୍ ମଧ୍ୟ ରଖାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି ।

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ । ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏଥର ବିଧାନସଭା ଅଧିବେଶନ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେଉଛି । ଏଥିପାଇଁ ବୁଧବାରଠାରୁ ବିଧାନସଭା ପରିସରରେ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି ।

ଅଧିବେଶନରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ  ଅପହରଣ ଓ ହତ୍ୟା ମାମଲାଠୁ ଆରମ୍ଭ କରି ନିର୍ବାଚନୀ ହିଂସା, ନାରୀ ନିର୍ଯାତନା, ବିଦ୍ୟୁତ କାଟ୍, ଆବାସ କେଳେଙ୍କାରୀ ଆଦି ପ୍ରସଙ୍ଗକୁ ବିଜେପି ଅସ୍ତ୍ର କରିଛି । ସେହିପରି କଂଗ୍ରେସ ମଧ୍ୟ ନିର୍ବାଚନୀ ହିଂସା ଓ ବେକାରୀ ସମସ୍ୟାକୁ ପ୍ରସଙ୍ଗ କରିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା