ଓଡିଶା

ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୫ ଜଣ ଆହତ: ବାଲୁଗାଁ ଏସଡିପିଓ

ବାଣପୁର ବ୍ଲକ ନିକଟରେ ବିଜେପି କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡି ଚଢାଇଦେବା ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନ୍ୟ ଗୁରୁତରଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନେକ ସାଧାରଣ ଲୋକ, ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୫ ଜଣ ଆହତ ହୋଇଥିବା କହିଛନ୍ତି ବାଲୁଗାଁ ଏସଡିପିଓ । ୭ ଜଣ ପୋଲିସ କର୍ମଚାରୀ, ୧୫ ଜଣ ବିଜେପି କର୍ମୀ, ଜଣେ ବିଜେଡି କର୍ମୀ, ୨ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଭଳି ଅମାନବୀୟ କାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ଚିଲିକା ବିଧାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଲୋକଙ୍କ ମାଡରେ ପ୍ରଶାନ୍ତଙ୍କ ମୁଣ୍ଡ ଫାଟିଥିବା ବେଳେ  ଲହୁଲୁହାଣ ହୋଇଛନ୍ତି । ଏପରିକି ସ୍ଥାନୀୟ ଲୋକେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଥିବାବେଳେ ଘଟଣା ସ୍ଥଳରୁ ପୋଲିସ ପ୍ରଶାନ୍ତଙ୍କୁ ଉଦ୍ଧାର କରିଛି ଡାକ୍ତରଖାନାରେ ଭର୍ତ୍ତି କରିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା