ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂହଙ୍କ ଗାଁରେ ଶପଥ ନେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ !

ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି । ଆଜି ସେ ମଧ୍ୟାହ୍ନ ସମୟରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୯୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୧୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା । ଏପରି କି ଚନ୍ନି ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଗୋଟିଏରେ ବି ଜିତି ପାରି ନଥିଲେ ।
ଆପ୍ ର ବିପୁଳ ବିଜୟ ପରେ ଏଥର ପଞ୍ଜାବରେ ଆପ୍ ସରକାର ଗଢ଼ିବ । ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍ ବିଧାୟକ ଭଗୱନ୍ତ ମାନ୍ । ଆସନ୍ତା ୧୬ ତାରିଖରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ତେବେ ଶ୍ରୀ ମାନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂହଙ୍କ ଗାଁରେ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ ନୱାନଶହର ଜିଲ୍ଲାରେ ଥିବା ଖାଟକର କଲାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି କାର୍ଯ୍ୟକ୍ରମରେ ଭଗୱନ୍ତ ସିଂହ ମାନ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।