ଦେଶ ବିଦେଶ

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କ ଐତିହାସିକ ବିଜୟ

ପଞ୍ଜାବରେ ବିଜୟ ବାନା ଉଡାଇଲା ଆମ୍‌ ଆଦମୀ ପାର୍ଟି । ପଞ୍ଜାବର ଧୁରି ବିଧାନସଭା ଆସନରୁ 50 ହଜାରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ଆମ୍ ଆଦମୀ ପାର୍ଟିର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ।

ସେହିପରି ଶିରୋମଣି ଅକାଳୀ ଦଳ ପ୍ରକାଶ ଚନ୍ଦ୍ର ଗର୍ଗଙ୍କୁ ପ୍ରାର୍ଥୀ କରିଥିଲା ଓ ବିଜେପି ରଣଦୀପ ସିଂହଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା । ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଭଗୱନ୍ତ ମାନ୍ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି ।

୨୦୧୭ରେ ଏହି ଆସନରୁ କଂଗ୍ରେସର ଦଲବୀର ସିଂହ ଗୋଲ୍ଡି ଆମ୍‌ ଆଦମୀ ପାର୍ଟିର ଜସବୀର ସିଂହ ଜସ୍ସିଙ୍କୁ ୨,୮୧୧ ଭୋଟ ବ୍ୟବଧାନରେ ହରାଇଥିଲେ । କଂଗ୍ରେସ, ଶିରୋମଣି ଅକାଳୀ ମେଣ୍ଟ ଏହି ଆସନରେ ଦୁଇ ଦୁଇ ଥର ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଜିତି ସାରିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।