ଦେଶ ବିଦେଶ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା । ପଟିଆଲା ଅର୍ବାନ ଆସନରେ ଆପ୍‌ ପ୍ରାର୍ଥୀ ଅଜିତ ପାଲ ସିଂହଙ୍କ ଜବରଦସ୍ତ ବିଜୟ

ପଞ୍ଜାବ ବିଧାନସଭା ଗଣତି ଚାଲିଥିବା ବେଳେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସହ ମେଣ୍ଟ କରିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା ଲାଗିଛି । ସେ ନିଜର ପାରମ୍ପରିକ ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଛନ୍ତି । ଏଠାରେ ଆପ୍‌ ପ୍ରାର୍ଥୀ ଅଜିତ ପାଲ ସିଂହ ଜବରଦସ୍ତ ବିଜୟ ହାସଲ କରିଛନ୍ତି ।
୨ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପ୍ଟେନଙ୍କୁ ଅଜିତ ପାଲ ସିଂହ ହରାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ୨୦୧୭ରେ ଏହି ଆସନରେ ତାଙ୍କ ବିଜୟ ବ୍ୟବଧାନ ୪୯% ଥିଲା । କ୍ୟାପ୍ଟେନ କଂଗ୍ରେସରେ ଦୀର୍ଘ ଦଶନ୍ଧି ଧରି ରହିଥିଲେ । ହେଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ସିଦ୍ଧୁଙ୍କ ସହ ତାଙ୍କର ତିକ୍ତତା ଆରମ୍ଭ ହେବାରୁ ସେ ଦଳ ଓ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ।
ପରେ ୨୦୨୨ ନିର୍ବାଚନ ପୂର୍ବରୁ ହିଁ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନିଜର ଗୋଟିଏ ଦଳ ଗଠନ କରିଥିଲେ । ଚଳିତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରିଥିଲା । ହେଲେ କ୍ୟାପ୍ଟେନ କିମ୍ବା ବିଜେପି ନିଜ ଲକ୍ଷ୍ୟରେ ପହଞ୍ଚି ପାରିନାହାନ୍ତି । ଅପରପକ୍ଷେ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି । ଆପ୍‌ ୯୦ ଆସନରେ ଲିଡ୍ କରୁଥିବେ ବେଳେ କଂଗ୍ରେସ ୧୭ଟି, ଅକାଳୀ ମେଣ୍ଟ ୬, ବିଜେପି ମେଣ୍ଟ ୩ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।