ଦେଶ ବିଦେଶ

ଉତ୍ତର ପ୍ରଦେଶରେ ମ୍ୟାଜିକ୍ ନମ୍ବର ପାର କଲା ବିଜେପି… ଗୋଆରେ ମ୍ୟାଜିକ ନମ୍ବର ପାଖାପାଖି ବିଜେପି

ଉତ୍ତର ପ୍ରଦେଶ ଓ ଗୋଆରେ ପୁଣି ସରକାର ଗଢିପାରେ ବିଜେପି । ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ଏବେ ସୁଦ୍ଧା ୩୮୬ଟିରେ ଗଣତି ଚାଲିଛି ।
ଏହା ମଧ୍ୟରୁ ବିଜେପି ୨୫୨ଟି ଆସନରେ ଆଗରେ ଥିବା ବେଳେ ମୁଖ୍ୟ ବିରୋଧୀ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୨୨ଟି ଆସନରେ ଲିଡ୍‌ କରୁଛି । କଂଗ୍ରେସ ୪ଟି, ବିଏସ୍‌ପି ୫ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛି । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨ । ତେଣୁ ବିଜେପି ଅତି ସହଜରେ ପୁଣି ଉତ୍ତର ପ୍ରଦେଶରେ ସରକାର ଗଠନ କରିବ ବୋଲି ରାଜନୀତିକ ପଣ୍ଡିତମାନେ ମତ ପ୍ରକାଶ କରିଛନ୍ତି ।
ସେହିପରି ଗୋଆରେ ମଧ୍ୟ ବିଜେପି ମ୍ୟାଜିକ ନମ୍ବର ପାଖାପାଖି ହୋଇଛି । ଗୋଆର ସମସ୍ତ ୪୦ଟି ଆସନରେ ଏବେ ଗଣତି ଚାଲିଛି । ଏହା ମଧ୍ୟରୁ ବିଜେପି ୧୯ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୧୨, ଟିଏମସି ୫ଟି, ଆପ ଗୋଟିଏ, ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ରହିଛନ୍ତି । ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୨୧ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।