ଓଡିଶା

ସସ୍‌ପେନ୍ସର ଅନ୍ତ ଘଟାଇ କଂଗ୍ରେସ ଘୋଷଣା କଲା ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାମ

ନାମାଙ୍କନର ଶେଷ ଦିନରେ କଂଗ୍ରେସ ତା’ର ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବ୍ରହ୍ମପୁର ମେୟର ପଦବୀ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଚଳିତ ଥର ଜଣେ ଗୃହିଣୀଙ୍କ ଉପରେ ଭରସା ଦେଖାଇଛି କଂଗ୍ରେସ ।

ତେବେ ପୂର୍ବରୁ ବିଜେଡି ଓ ବିଜେପି ତାଙ୍କ ମେୟର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ସବୁ ସସ୍‌ପେନ୍ସର ଅନ୍ତ ଘଟାଇ ଶେଷ ଦିନରେ କଂଗ୍ରେସ ନିଜର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡି ପକ୍ଷରୁ ସଙ୍ଘମିତ୍ରା ଦଳେଇ ଏବଂ ବିଜେପି ପକ୍ଷରୁ ସବିତା ସ୍ୱର ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି ।

ଆସନ୍ତା ୨୪ ତାରିଖ ପୌର ନିର୍ବାଚନ ଲାଗି ମତଦାନ ହେବ । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍ ଗ୍ରହଣ । ଏଥିପାଇଁ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ଏହାର ସମୟ ସରୁଛି । ଆସନ୍ତା ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏବଂ ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ୨୬ ତାରିଖରେ ଭୋଟ ଗଣତି ହେବ । ଏହାପରେ ଜଣାପଡ଼ିବ ପୌର ନିର୍ବାଚନରେ କିଏ ବାଜିମାତ୍ କରିବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା