କଟକରେ ହେବ ଜୋରଦାର ଫାଇଟ୍ । ମେୟର ପ୍ରାର୍ଥୀ ଘୋଷଣା କଲେ ୩ ପ୍ରମୁଖ ଦଳ

କଟକ ପାଇଁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଅଭିନେତା ଶ୍ରୀତମ ଦାସ କଟକ ବିଜେପିର ମେୟର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଶ୍ରୀତମ ଦାସଙ୍କ ନାଁକୁ କଟକର ମେୟର ପ୍ରାର୍ଥୀ ଭାବେ ଘୋଷଣା କଲେ କଟକ ନଗର ବିଜେପି ସଭାପତି । ସେହିପରି କଂଗ୍ରେସ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରିଛି ।
ତେବେ ଚଳିତ ଥର କଟକରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିପାରେ । ସୁବାସ ସିଂ ବିଜେଡିର ଜଣେ ଟାଣୁଆ ନେତା । ସେ ରାଜ୍ୟସଭା ସାଂସଦ ଭାବେ କ୍ଷମତା ତୁଲାଉଛନ୍ତି । ସେହିପରି ଶ୍ରୀତମ ଦାସ ଜଣେ ଓଡିଆ ଅଭିନେତା ହିସାବରେ ତାଙ୍କର ଅନେକ ନାଁ ରହିଛି । ସେ ବହୁତ ଲୋକପ୍ରିୟ ମଧ୍ୟ । ସେପଟେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ମଧ୍ୟ ଜଣେ ଟାଣୁଆ ପ୍ରାର୍ଥୀ ।