ରାଜ୍ୟରେ ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ

ପଞ୍ଚାୟତ ନିର୍ବାଚନ ପାଇଁ ଚଳିତଥର ୨ ଲକ୍ଷ ୨୯ ହଜାର ୦୬୨ ଜଣ ପ୍ରାର୍ଥିପତ୍ର ଦାଖଲ କରଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ମାତ୍ର ୮ହଜାର ୬୪୮ ଜଣଙ୍କ ନାମାଙ୍କନ ପତ୍ର କଟିଯାଇଛି । ନାକଚ ହୋଇଥିବା ୮,୬୪୮ ପ୍ରାର୍ଥୀପତ୍ର ମଧ୍ୟରୁ ୧,୭୫୩ ସରପଞ୍ଚ, ୧,୧୧୯ ସମିତି ସଦସ୍ୟ ଏବଂ ୨୩୨ ଜିଲ୍ଲା ପରିଷଦ ପ୍ରାର୍ଥିପତ୍ର ରହିଛି ।
ଏହା ସହିତ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି । ତା ମଧ୍ୟରୁ ସରପଞ୍ଚ ପଦବୀ ପାଇଁ ୩୨ ହଜାର ୮୬୦ ଜଣଙ୍କ ପ୍ରାର୍ଥୀପତ୍ର ରହିଥିବାବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି । ସେହିପରି ୨୭ ହଜାର ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଏବଂ ୩ ହଜାର ୭ଶହ ୬୭ ଜଣ ଜିଲ୍ଲା ପରିଷଦ ପଦବୀ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି ।
୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି । ଅର୍ଥାତ ନିର୍ବାଚନ ରଣାଙ୍ଗନରେ କେତେ ପ୍ରାର୍ଥୀ ଓ ପ୍ରାର୍ଥିନୀ ରହିଲେ ତାହା ଗତ ମଙ୍ଗଳବାର ସ୍ପଷ୍ଟ ହେବ ।
ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ ତାରିଖରେ ନିର୍ବାଚନ ହେବ । ସୂଚନାଯୋଗ୍ୟ, ଚଳିତଥର ତ୍ରିସ୍ତରୀୟ ପଂଚାୟତରେ ମୋଟ ୯୧ ହଜାର ୯୧୩ଜଣ ୱାର୍ଡମେମ୍ବର, ୬,୭୯୪ ଜଣ ସରପଂଚ, ୬,୭୯୩ ଜଣ ପଂଚାୟତ ସମିତି ସଭ୍ୟ ଓ ୮୫୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।