ପରିବା ମାର୍କେଟରେ ଅଗ୍ନିକାଣ୍ଡ, ନିଆଁରେ ଜଳିଗଲା ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ

ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା କୋରାପୁଟ ଜୟପୁର ସହରରେ ଥିବା ପରିବା ମାର୍କେଟ । ସର୍ଟସର୍କିଟ ଯୋଗୁଁ ଭୋର୍ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଦୈନିକ ପରିବା ମାର୍କେଟରେ ୧୨୦ଟି ଦୋକାନ ଘର ଥିବାବେଳେ, ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡି ହୋଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ତେବେ ମାର୍କେଟରେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ପରିବା ମାର୍କେଟର ମଝିରେ ନିଆଁ ଲାଗିବା ପରେ ଏହା ଚାରିଆଡୁକୁ ବ୍ୟାପିଯାଇଥିଲା ବୋଲି ସୂଚନା ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ।