ଓଡିଶା

ବ୍ୟାଙ୍କରୁ ସୁନା ଲୁଟିଥିଲେ ପୂର୍ବତନ କର୍ମଚାରୀ, ଫିଲ୍ମ ଷ୍ଟାଇଲରେ ହୋଇଥିଲା ଚୋରି

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ସୁନା ଚୋରି ଘଟଣାର ହେଲା ପର୍ଦ୍ଦାଫାସ୍ । ଏହି ଘଟଣାରେ ପୋଲିସ୍ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଶେଖର କୁଳଦୀପିଆଙ୍କୁ ଗିରଫ କରିଛି । ଏହା ସହିତ ନାରାୟଣପାଟଣା ଥାନା ଅଧୀନ ତାଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରିଛି ।

ସୂଚନା ଅନୁସାରେ, ଲକ୍ଷ୍ମୀପୁର ଏସ୍‌ବିଆଇ ଲକରରୁ ଗ୍ରାହକମାନଙ୍କର ୧ କେଜି ୬୧୦ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଗତ ୧୪ ତାରିଖରେ ଶାଖା ପରିଚାଳକ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଥାନା ପୋଲିସ୍ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ଆଉ ଏଥିରୁ ଧରା ପଡ଼ିଯାଇଥିଲେ ଶେଖର କୁଳଦୀପିଆ ।

ଚୋରି ହୋଇଥିବା ସୁନା

ଅପରପକ୍ଷେ ବଳକା ସୁନାକୁ ବିକ୍ରି କରି ନିଜ ନାଁରେ ଜମି କିଣିବା ସହ କିଛି ନଗଦ ଟଙ୍କା ପାଖରେ ରଖିଥିଲା ଲୁଟେରା । ୨ ଲକ୍ଷ ୯୫ ହଜାର ନଗଦ ଟଙ୍କା ଓ ଜମିର କାଗଜ ପତ୍ର ଜବତ କରିଛି ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି । ପୋଲିସ୍ ସିସିଟିଭି ଫୁଟେଜକୁ ଆଧାର କରି ସମ୍ପୃକ୍ତ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ।

ପୋଲିସ୍ ଦେଇଥିବା ତଥ୍ୟ ଅନୁଯାୟୀ, ୪୩ ବର୍ଷୀୟ ଶେଖର ଲକ୍ଷ୍ମୀପୁର ଏସ୍‌ବିଆଇର ମେସେଞ୍ଜର ଭାବେ ୨୦୧୪ରୁ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । କିନ୍ତୁ ଦୁର୍ବ୍ୟବହାର ଯୋଗୁଁ ତାଙ୍କୁ ବାହାର କରି ଦିଆଯାଇଥିଲା । ବ୍ୟାଙ୍କର ମେସେଞ୍ଜର ଚାକିରି ହରାଇବା ପରେ ତାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା । ତେଣୁ ସେ ବ୍ୟାଙ୍କରୁ ସୁନାଗହଣା ଲୁଟ୍ କରିବାକୁ ଉପାୟ ଚିନ୍ତା କରିଥିଲେ ।

ନିଜ ଯୋଜନା ମୁତାବକ ଗତ ବର୍ଷ ନଭେମ୍ବର ୧୧ ତାରିଖ ଅପରାହ୍ଣ ପ୍ରାୟ ୩ଟା ବେଳେ ଶେଖର ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ ଭିତରେ ଏଣେତେଣେ ବୁଲିଥିଲେ । ସୁବିଧା ଦେଖି ସେ ବ୍ୟାଙ୍କର ସର୍ଭର ରୁମକୁ ପଶି ସେଠାରେ ନିଜକୁ ଆବଦ୍ଧ କରି ରଖିଥିଲେ । ରାତିରେ ମ୍ୟାନେଜର ଓ ଅନ୍ୟ କର୍ମଚାରୀ ବ୍ୟାଙ୍କ କାମ ସାରି ଘରକୁ ପଳାଇବା ପରେ ନିଜର ଯୋଜନାକୁ କାର୍ଯ୍ୟକାରୀ କରିଥିଲା ଶେଖର ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା