ଓଡିଶା

ଲକ୍ଷଣ ନଥିଲେ କରୋନା ଟେଷ୍ଟ ଦରକାର ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନାର ତୃତୀୟ ଲହର ସାଙ୍ଗକୁ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏ ନେଇ ଲୋକମାନେ ଏବେ ଭୟଭୀତ ହୋଇ ନିଜର କୋଭିଡ ଟେଷ୍ଟ ପାଇଁ ଡାକ୍ତରଖାନାରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଏ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ତୃତୀୟ ଲହରରେ ଆଜି ସୁଦ୍ଧା ୬୧ ହଜାର ପଜିଟିଭଙ୍କ ମଧ୍ୟରୁ ମାତ୍ର ୧୧୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟରେ ହସ୍ପିଟାଲାଇଜେସନ ୨ ପ୍ରତିଶତରୁ ବି କମ୍ ରହିଛି । ଆଇସିୟୁରେ ଅଛନ୍ତି ୩୫୦ରୁ ୩୬୦ ଆକ୍ରାନ୍ତ । ତେଣୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନ ଥିଲେ ଟେଷ୍ଟିଂ ଆବଶ୍ୟକତା ନାହିଁ । ଏନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ବୋଲି ସେ ମତ ଦେଇଛନ୍ତି ।

ତେବେ ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାୟୋଟିକ୍ ଆବଶ୍ୟକ ନାହିଁ । ଏଣୁ ଯାହାର ଲକ୍ଷଣ ନାହିଁ ସେମାନଙ୍କୁ ଅଯଥା ମେଡିସିନ୍ ବ୍ୟବହାର ଆବଶ୍ୟକ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଛନ୍ତି ନିର୍ଦ୍ଦେଶକ । ଏଥିସହ ସେ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଙ୍ଗରୋଧ ଅବଧୀ ସରିବା ପରେ ଆରଟିପିସିଆରର ଆବଶ୍ୟକତା ନାହିଁ । କେବଳ ଯେଉଁମାନେ ଆଇସିୟୁରେ ରହୁଛନ୍ତି, ଗୁରୁତର ହେଉଛନ୍ତି ସେମାନଙ୍କର ସୁସ୍ଥ ହେବା ପରେ ଟେଷ୍ଟ କରାଯାଉଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା