ଇସ୍ରୋର ନୂତନ ଚେୟାରମ୍ୟାନ ହେବେ ରକେଟ ମହାରଥୀ ଡ. ଏସ ସୋମନାଥ

ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ଭାବେ ରକେଟ ମହାରଥୀ ଡ. ଏସ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବତନ ଚେୟାରମ୍ୟାନ କେ ଶିବନଙ୍କ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖରେ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସେ ବିକ୍ରମ ସରାଭାଇ ସ୍ପେସ୍ ରିସର୍ଚ ସେଣ୍ଟରର ନିର୍ଦେଶକ ଅଛନ୍ତି ।
ଆସନ୍ତା ୩ ବର୍ଷ ପାଇଁ ସୋମନାଥଙ୍କୁ ଇସ୍ରୋର ଚେୟାରମ୍ୟାନ ସହିତ ମହାକାଶ ଗବେଷଣା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ସେ PSLV ରକେଟ ନିର୍ମାଣ ଟିମରେ ଟିମ୍ ଲିଡର ଭାବେ କାମ କରିଛନ୍ତି । ଜୁଲାଇ ୧୯୬୩ ରେ ଜନ୍ମିତ ସୋମନାଥ ବେଙ୍ଗାଲୁରୁ ସ୍ଥିତ IISC ରୁ ଏରୋ ସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଛନ୍ତି ।
୧୯୮୫: VSSC ରେ ଯୋଗଦାନ କରି PSLV ପ୍ରୋଜେକ୍ଟରେ କାମ କରିଥିଲେ
୨୦୧୦: ସେ VSSC ର ସହଯୋଗୀ ନିର୍ଦ୍ଦେଶକ ହୋଇଥିଲେ ଏବଂ ପରେ ସେ GSLV Mk-IIIର ପ୍ରୋଜେକ୍ଟ ଡାଇରେକ୍ଟର ହୋଇଥିଲେ
୨୦୧୪: ପ୍ରୋପୁଲଜନ୍ ଏବଂ ସ୍ପେସ୍ ଅର୍ଡିନାନ୍ସ ଏଣ୍ଟିଟିର ଡେପୁଟି ଡାଇରେକ୍ଟର ଥିଲେ
୨୦୧୫: ପରବର୍ତ୍ତୀ ସମୟରେ ସେ ଲିକ୍ୟୁଡ ପ୍ରୋପୁଲଜନ୍ ସିଷ୍ଟମ୍ ସେଣ୍ଟର (LPSC) ଭାଲିଆମାଳାର ନିର୍ଦ୍ଦେଶକ ହୋଇଥିଲେ
୨୦୧୮: ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ହୋଇଥିଲେ