ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ତ୍ରୁଟି ଘଟଣା, ପୂରା ମାମଲା ଏବେ ସୁପ୍ରିମକୋର୍ଟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟି ଘଟଣାକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି । ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକଯୁଦ୍ଧ ଚାଲିଥିବା ବେଳେ ପୂରା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ପ୍ରସ୍ତୁତ, ଏବଂ ଆସନ୍ତାକାଲି ଏହାର ଶୁଣାଣି କରିବେ । ପଞ୍ଜାବ ସରକାରଙ୍କୁ ଏହି ପିଟିସନର ଏକ ନକଲ ହସ୍ତାନ୍ତର କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି । ଅପରପକ୍ଷେ ବିବାଦ ବଢୁଥିବାରୁ ପଞ୍ଜାବ ସରକାର ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ପ୍ୟାନେଲ ଗଠନ କରିଛନ୍ତି । କେଉଁ କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରୋଟକଲରେ ତ୍ରୁଟି ଦେଖାଗଲା, ତା’ର କାରଣ ଏହି ପ୍ୟାନେଲ ଖୋଜିବ ଏବଂ ୩ ଦିନ ଭିତରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବ । ପଞ୍ଜାବ ସରକାର ଗଠନ କରିଥିବା ଦୁଇ ଜଣିଆ କମିଟିରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ଗିଲ ଓ ଗୃହ ଏବଂ ନ୍ୟାୟ ବିଭାଗର ପ୍ରିନ୍ସିପାଲ ସଚିବ ଅନୁରାଗ ବର୍ମା ରହିଛନ୍ତି ।

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଘଟଣା ଦେଶର ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି, ​​ଯେତେବେଳେ ଭାରତୀୟ ଜନତା ପାର୍ଟି ଏହାକୁ “ଅପ୍ରତ୍ୟାଶିତ” ଏକ “ଷଡ଼ଯନ୍ତ୍ର” ବୋଲି କହିଥିଲା ​​ଏବଂ କଂଗ୍ରେସରେ ‘ରକ୍ତାକ୍ତ’ ଉଦ୍ଦେଶ୍ୟ ବିଫଳ ବୋଲି ଦାବି କରିଛି ।  ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅନ୍ୟ କେତେକ ଦଳ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନା ଅନୁସାରେ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ପହଞ୍ଚିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ । ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା । କିନ୍ତୁ ଖରାପ ପାଣିପାଗ ଯୋଗୁଁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍‌ରେ ଅଟକି ଯାଇଥିଲା ।

ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ ରୁ ୨୦ ମିନିଟ୍‌ ଅଟକି ରହିଥିଲା । ଶେଷରେ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍‌ରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା । ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି । ଏଥିପାଇଁ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଜବାବ ତଲବ କରିଛି ।

ପ୍ରୋଟକଲ ଅନୁଯାୟୀ, ରାଜ୍ୟ ସରକାର ଯେଉଁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରିବା କଥା, ସେମିତି କରି ନଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ମାର୍ଗକୁ ମଧ୍ୟ କ୍ଲିୟର କରାଯିବାକୁ କୌଣସି ପଦକ୍ଷେପ ରାଜ୍ୟ ପୋଲିସ ନେଇନଥିଲା । ତେଣୁ ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟ କହିଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।