ଭୁବନେଶ୍ୱରରେ ପ୍ରତିଷ୍ଠା ହେଲା ନୂଆ ଜିମ୍ ସେଣ୍ଟର କଲ୍ଟ ଫିଟ୍

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଏବେ ଯୁବପୀଢି ବେଶ୍ ଯତ୍ନବାନ । ଏହାକୁ ନଜରରେ ରଖି ଏକ ଅତ୍ୟାଧୁନିକ ଓ ଭିନ୍ନ ପ୍ରକାର ଫିଟନେସ୍ ସେଣ୍ଟର କଲ୍ଟ ଫିଟ୍ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ପାଲ ହାଇଟ୍ସର ଦ୍ୱିତୀୟ ମହଲାରେ ଏହି ଫିଟନେସ୍ ସେଣ୍ଟର ରହିଛି । ବିଶେଷ କରି ଯୋଗ, ବକ୍ସିଂ, ଡ୍ୟାନ୍ସ ଫିଟନେସ୍ ଏବଂ ଏଚ୍ଆରଏକ୍ସ ୱାର୍କ ଆଉଟ୍ ମଡେଲରେ କ୍ଲାସ ରହିବ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶେଷ କରି ବ୍ୟାୟାମଶାଳାରେ ଜିମ୍ ଉପକରଣ ଓ ଅନ୍ୟ ସାମଗ୍ରୀ ଉପରେ ଗୁରୁତ୍ୱ ଦିଆଯାଇଥାଏ । ହେଲେ ଏଠାରେ ସେଭଳି କୌଣସି ସାମଗ୍ରୀ ବ୍ୟବହାର କରାଯିବ ନାହିଁ ବରଂ ଏହି ଜିମ୍ ଅତ୍ୟାଧୁନିକ ପ୍ରଣାଳୀର ତଥା ଏହା ଗ୍ରୁପ୍ କ୍ଲାସ୍ ଜିମ୍ ସେଣ୍ଟର ବୋଲି କହିଛନ୍ତି ଯୁବ ଉଦ୍ୟେଗୀ ଆୟୁଷ ପଟ୍ଟନାୟକ ।
ଏହି ସେଣ୍ଟରର ପ୍ରତିଷ୍ଠା ଉତ୍ସବରେ ବିରଜା ଦାସ, ଚିତୁ ଶତପଥୀ, ସୋନି ସାମଲ, ନଭ୍ୟା ଯଜାତି, ଅଂଶୁ ତ୍ରିପାଠୀ, ହରମନ ପାଲ ସିଂ ଓ ଦେବୀ ପାଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତମାନ ସୁଲଭ ମୂଲ୍ୟରେ ଏହାର ସଦସ୍ୟତା ଗ୍ରହଣ କରିବା ପାଇଁ ସେଣ୍ଟର ପକ୍ଷରୁ କୁହାଯାଇଛି । ଏହାର ସଦସ୍ୟତା ଗ୍ରହଣ କରିବାକୁ ଚାହୁଁଥିଲେ ୯୭୭୭୨୨୫୫୮୦ ନମ୍ବରରେ ଯୋଗାଯୋଗ କରିବାକୁ ସେଣ୍ଟର ପକ୍ଷରୁ କୁହାଯାଇଛି ।