ଓଡିଶା

ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ସ୍ଥଗିତାଦେଶ !

ବଦଳିପାରେ ଜାନୁଆରୀ ୩ ରୁ ସ୍କୁଲ ଖୋଲିବା ନିଷ୍ପତ୍ତି । ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିବାବେଳେ ଏ ନେଇ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତି ବଦଳିପାରେ ବୋଲି ସୂଚନା ଦେଇଛନ୍ତି ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି ।

ସେ କହିଛନ୍ତି ଯେ, ପୂର୍ବ ସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ସେତେବେଳେ ଦୈନିକ ସଂକ୍ରମଣ ସଂଖ୍ୟା ଶହେରୁ ଦେଢ଼ଶହ ଭିତରେ ସୀମିତ ରହୁଥିବା ସହ ରାଜ୍ୟରେ ଓମିକ୍ରନ ଭୟ ମଧ୍ୟ ନଥିଲା । କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି । ଦେଶର ୨୧ଟି ଜିଲ୍ଲାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦିନକୁ ଦିନ ଏହି ସଂଖ୍ୟା ବଢୁଛି । ଆମ ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ରାଜ୍ୟ ସରକାର ପ୍ରାଥମିକ ସ୍କୁଲ୍‌ ଖୋଲିବାକୁ ନେଇଥିବା ନିଷ୍ପତ୍ତି ବଦଳାଇପାରନ୍ତି । ସରକାର ଏ ନେଇ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଡିଏମ୍‌ଇଟି କହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁଣି ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା