ଓଡିଶା

ସୂତା ଖିଅରେ ଚାଲିଗଲା ଜୀବନ, ୬ ମାସର ସମ୍ପର୍କରେ ଲାଗିଲା କାହା ନଜର ?

ଗୁଡି ସୁତାରେ ଭାଙ୍ଗିଗଲା ହସଖୁସିର ସଂସାର । ସ୍ବାମୀ-ସ୍ତ୍ରୀ ହସଖୁସିରେ ମାର୍କେଟିଂ କରି ଫେରୁଥିବାବେଲେ ଘଟିଗଲା ଅଘଟଣ । ଗୁଡି ସୂତାରେ ବେକ କଟି ଯୁବକ ମୃତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ବ୍ଲକ ପୀରବଜାର ଅଞ୍ଚଳରେ । ଗୁଡ଼ି ସୂତାରେ ବେକ କଟି ଭଇରିପୁର ଅଞ୍ଚଳର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଗତ ରବିବାର ଅପରାହ୍ନରେ ସ୍ବାମୀ ସ୍ତ୍ରୀ ବାଇକରେ ଯାଉଥିବା ସମୟରେ ହଠାତ୍ ଗାଡ଼ିରୁ ଯୁବକ ପଡ଼ିଯାଇଥିଲେ । ଏହି ସମୟରେ ଗୁଡ଼ି ସୂତା ଜୟନ୍ତଙ୍କ ବେକରେ ଲାଗି ଯାଇଥିଲା । ତେବେ ସୂତାଟି ଅତି ଧାରୁଆ ଥିବାରୁ ସେତିରେ ତାଙ୍କର ବେକ କଟିଯିବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ ଯୁବକ ଚଳିତ ବର୍ଷ ଜୁନ୍ ୨୮ ତାରିଖରେ ବିବାହ କରିଥିବା ଜଣାପଡ଼ିଛି । ଅପରପକ୍ଷେ ବିବାହକୁ ବର୍ଷେ ନ ପୁରୁଣୁ ଅକାଳରେ ତାଙ୍କ ବିୟୋଗକୁ ପରିବାର ଲୋକେ ବିଶ୍ବାସ କରିପାରୁ ନଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଯୁବକର ମୃତ୍ୟୁକୁ ନେଇ ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ପରିବାର ଲୋକେ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନୀ ଏବଂ ଏହାକୁ ବ୍ୟବହାର କରୁଥିବା ଲୋକଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା