ମନୋରଞ୍ଜନ

ମୁଁ ତୁମକୁ ଭଲପାଏ ସୁଟିଂ ଶେଷ ଜାନୁଆରୀ ରେ ରିଲିଜ୍

ପୁଣି ଏକ ପ୍ରେମ କାହାଣୀ। ଏଥିରେ ପ୍ରେମୀଯୋଡ଼ି ସାଜିଛନ୍ତି ମୁନ୍ନା, ପ୍ରିୟଙ୍କା ଓ ସ୍ବପ୍ନା। ଏମାନଙ୍କ ପ୍ରେମ ପଥରେ ଯେଉଁମାନେ ଫୁଲ ଅଥବା କଣ୍ଟା ବୁଣିବେ ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ, କେକେ,ବବି ମିଶ୍ର ଏବଂ ଜୀବନ ପଣ୍ଡା ପ୍ରମୁଖ କଳାକାର। ଜୟ ଅମ୍ବେ ପ୍ରଡକ୍ସନ୍ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଥିବା ଅଶୋକ କୁମାର ଦାଶ ଏହାର ପ୍ରଯୋଜନା ମଧ୍ୟ କରୁଛନ୍ତି। ନିର୍ଦ୍ଦେଶନା ଦେବେ ଦିଲୀପ ପଣ୍ଡା। ତ୍ରର ଶୀର୍ଷକ ରହିଛି ‘ମୁଁ ତୁମକୁ ଭଲପାଏ’। ଏଥିରେ ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା ଓ ସଙ୍ଗୀତ ସଜାଇଛନ୍ତି ବୈଦ୍ୟନାଥ ଦା‌ଶ। କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଇରା ମହାନ୍ତି, ଦୀପ୍ତିରେଖା, ମଣ୍ଟୁ ଛୁରିଆ, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, କୁଲଦୀପ୍ ଏବଂ ସତ୍ୟଜିତ୍ ପ୍ରଧାନ। ଏହାର ନାୟକ ସାଜିଥିବା ମୁନ୍ନା ପୂର୍ବରୁ ରିୟା ଶାହାଙ୍କ ସହ ‘ଦିୱାନା ହେଲି ତୋ ପାଇଁ’ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।

Rakesh Dixit

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ‘ରାଉଡି ରାଠୋର ୨’ ପାଇଁ ଅପେକ୍ଷା ?

  • December 23, 2021
ଅକ୍ଷୟ କୁମାରଙ୍କ ଅଭିନୀତ ‘ରାଉଡି ରାଠୋର’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ହଂଗାମା ସୃଷ୍ଟି କରିଥିଲା ​​| ମିଶ୍ରିତ ସମୀକ୍ଷା ପାଇବା ସହ, ଆକ୍ସନ୍ କମେଡି