ଓଡିଶା

ଷଷ୍ଠ ମା’ ବିଂଝେଶ୍ୱରୀ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଗ୍ରାମ ସ୍ଥିତ ମା ବିଂଝେଶ୍ୱରୀ ଖେଳ ପଡିଆରେ ଆୟୋଜିତ ୬ଷ୍ଠ ବିଂଝେଶ୍ୱରୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ବିଂଝେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବସଲା ଏକାଦଶକୁ ପରାସ୍ତ କରି ହିନ୍ଦୋଳ ଏମ୍ଆରସିସି ଚାମ୍ପିୟାନ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟlଟିଙ୍ଗ କରି ହିନ୍ଦୋଳ ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ସମସ୍ତ ଉଇକେଟ ହରାଇ ୧୬୩ ରନ୍ କରିଥିଲା । ଏହାର ଜବାବରେ ବସଲା ଏକାଦଶ ୧୬.୧ ଓଭରରେ  ସମସ୍ତ ଉଇକେଟ ହରାଇ ୧୧୦ ରନ୍ କରିବlକୁ ସମର୍ଥ ହୋଇଥିଲା । ବିଜେତା ଦଳର ଖେଳାଳି ଜଗନ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ବସଲା ଦଳର ଖେଳାଳି ସୁଜିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମlହୁନ୍ତ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ରଣଜିତ ପ୍ରଧାନ ଯୋଗ ଦେଇ ଚାମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧୬ ଟି ଦଳକୁ ନେଇ ଗତ୮ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଫାଇନାଲ ମ୍ୟାଚରେ ପାର୍ଥସାରଥୀ ବେହେରା ଓ ରଞ୍ଜନ ନାୟକ ଅମ୍ପିୟାର ହୋଇ ଖେଳକୁ ସଠିକ ରୂପେ ପରିଚାଳନା କରିଥିଲେ । ପ୍ରକାଶ ସେଠି ସ୍କୋରର ରହିଥିବା ବେଳେ ମଳୟବେହେରା, ଦେବlନନ୍ଦ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ଲବର କୁଶ ,ପିଙ୍କୁନ, ଶିବୁଲ, ପ୍ରଦ୍ୟୁମ୍ନ , ସୌମ୍ୟ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

ହିନ୍ଦୋଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା