ଦେଶ ବିଦେଶ

ଦେଶରେ ଚିନ୍ତା ବଢାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଚିନ୍ତା ବଢାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଂଚିଛି । ଏପଟେ ସମଗ୍ର ଦେଶରେ ଏହି ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜସ୍ଥାନରେ ୧୭ ଜଣ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ସେହିପରି କେରଳରେ ୫, ଗୁଜରାଟରେ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୬ ଏବଂ ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧ ଏବଂ ଚଣ୍ଡିଗଡରେ ଗୋଟିଏ ଲେଖାଏଁ କରୋନା ମାମଲା ଠାବ ହୋଇଛି ।

ତେବେ କର୍ଣ୍ଣାଟକରୁ ଚିହ୍ନଟ ୫ ମାମଲା ମଧ୍ୟରୁ ୩ ଜଣ ବିଦେଶରୁ ଫେରିଛନ୍ତି । ୨ ଜଣ ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିଲେ । ବିଦେଶରୁ ଫେରିଥିବା ୩ ଜଣଙ୍କ ବୟସ ୧୯, ୫୨ ଏବଂ ୩୩ ବର୍ଷ ହେବ । ମହାରାଷ୍ଟ୍ରରେ ୩୨ଟି ଓମିକ୍ରନ ଚିହ୍ନଟ ହେବା ପରେ ମହାରାଷ୍ଟ୍ର ସରକାର ଏହାକୁ ନେଇ ଶକ୍ତ କଟକଣା ଲାଗୁ କରିଛନ୍ତି । ଏଥର ନୂଆବର୍ଷ ସମୟରେ କୌଣସି ବଡ ଧରଣର ପର୍ବ କିମ୍ବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କଟକଣା ଜାରି ହୋଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।