ଓଡିଶା

ଧନ୍ୟବାଦ ସରକାର ଏବଂ ସହାୟତା ପ୍ରଦାନକାରୀ… ଆଉ ଅଳ୍ପ ସହାୟତା ଲୋଡା …

ସଫଳ ଅସ୍ତ୍ରୋପଚାର ପରେ ଫୋନଯୋଗେ ଆମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଲେ ପୀଡିତଙ୍କ ପତ୍ନୀ । ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନୀ ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ । ତାଙ୍କର ଦୁଇଟି କିଡିନୀ ଖରାପ ହୋଇଯାଇଥିବାବେଳେ କିଡନୀ ପ୍ରତ୍ୟାରୋପଣ ଲାଗି ତାଙ୍କ ପତ୍ନୀ ଜିତୁନଙ୍କୁ ଏକ କିଡନୀ ପ୍ରଦାନ କରିଥିଲେ । ତେବେ ଘରୋଇ ହସ୍ପିଟାଲରେ ଜିତୁନଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି । ହେଲେ ଏବେ ପୁଣି ଜିତୁନ ଓ ପତ୍ନୀଙ୍କ ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ପୂର୍ବରୁ ଜିତୁନ କିଡନୀ ରୋଗରେ ପୀଡିତ ହେବା ପରେ ସାହାୟତା ପାଇଁ ଆମେ ଏକ ଖବର ପ୍ରାସରଣ କରିଥିଲୁ । ସର୍ବପ୍ରଥମେ ଆମ ମାଧ୍ୟମରେ ଖବର ପ୍ରସାରଣ ଫଳରେ ଜିତୁନଙ୍କ ଚିକିତ୍ସା ଲାଗି ସହାୟତା ମିଳିଥିଲା । ଏ ନେଇ ଜିତୁନଙ୍କ ପତ୍ନୀ ଆମ ପ୍ରତିନିଧିଙ୍କୁ ଧନ୍ୟବାଦ ଦେବା ସହିତ ଆଉ କିଛି ସାହାଯ୍ୟ ସହଯୋଗ ମିଳିଲେ ଉଭୟ ପତିପତ୍ନୀ ସୁସ୍ଥ ହୋଇପାରିବେ ବୋଲି ସେ ଅନୁରୋଧ କରିଛନ୍ତି । ଏପଟେ ବାପା-ମାଙ୍କ ବାଟକୁ ଚାହିଁ ରହିଛନ୍ତି ଜିତୁନଙ୍କ ଦୁଇ ଛୁଆ ଏବଂ ବୃଦ୍ଧ ବାପା ମା ।

ଜିତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଆକଳନ ଅନୁଯାୟୀ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରକାଶ କରିଥିଲେ । ତେବେ ବିଭିନ୍ନ ସାମାଜିକ ସଂଗଠନ, କେନ୍ଦ୍ର ସରକାରଙ୍କ ରିଲିଫ ଫଣ୍ଡ, ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନଙ୍କ ଚିକିତ୍ସା ପାଇଁ ଯାହା ସହଯୋଗ କରିଥିଲେ ସେଥିରେ ତାଙ୍କର ଅସ୍ତ୍ରୋପଚାର ଓ କିଡ଼ନୀ ପ୍ରତିରୋପଣ କରାଯାଇଛି । ମାତ୍ର ଏବେ ଉଭୟ ପତି ପତ୍ନୀଙ୍କ ଅଧିକ ଚିକିତ୍ସା ଓ ଆଶୁ ଆରୋଗ୍ୟ ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ସରକାରୀ ତଥା ବେସରକାରୀ ଭାବେ ଆର୍ଥିକ ସହାୟତା ମିଳିଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ନିବେଦନ କରିଛନ୍ତି ଜିତୁନଙ୍କ ପତ୍ନୀ ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା