ଦେଶ ବିଦେଶ

ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ହୋଇପାରନ୍ତି ନୂଆ ସିଡିଏସ୍

ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ପରଲୋକ ହେବା ପରେ ଏବେ ନୂଆ ସିଡିଏସ କିଏ ହେବେ ସେ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି ଏବଂ ଖୁବ୍‌ଶୀଘ୍ର ସିଡିଏସ ପଦ ପାଇଁ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି । ବିପିନ ରାୱତଙ୍କ ମୃତ୍ୟୁ ପରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ବରିଷ୍ଠ ସେନା ଅଧିକାରୀ ରହିଛନ୍ତି । ତେଣୁ ତାଙ୍କ ନାମ ନୂଆ ସିଡିଏସ ପଦ ପାଇଁ ଆଗ ଧାଡିରେ ରହିଛି । ଯଦି ଏହି ଆକଳନ ସତ ହୁଏ ତେବେ ସେ ସେନା ଅଧ୍ୟକ୍ଷ ପଦ ଛାଡିବେ ।

ଅପରପକ୍ଷେ ଯଦି ନରୱଣେ ନୂଆ ସିଡିଏସ୍ ହୁଅନ୍ତି ତେବେ, ଦେଶର ସେନ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ନୂଆ ସେନା ଅଧ୍ୟକ୍ଷ ହେବା ସମ୍ଭାବନା ଅଧିକ । ଏହି ପଦ ଲାଗି ନର୍ଦନ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ୱାଇକେ ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଉଭୟ ଯୋଶୀ ଏବଂ ମହାନ୍ତି ଗୋଟିଏ ବ୍ୟାଚର ହୋଇଥିଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ନାମ ଆଗରେ ରହିଛି । ଏଲଓସିରେ ସୈନ୍ୟ ପରିଚାଳନା ଅଭିଜ୍ଞତା ଦୃଷ୍ଟିରୁ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ସେନାମୁଖ୍ୟ ହେବା ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି । ତେବେ ଚଣ୍ଡି ପ୍ରସାଦ ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିବାବେଳେ ଗତ ଫେବୃଆରୀରେ ସେ ସେନା ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।