ୱେବ ମିଡିଆ ତର୍ଜ୍ଜମାର ଆପ ଉନ୍ମୋଚନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ୱେବ ମିଡ଼ିଆ ତର୍ଜମାର ଆପ ଉନ୍ମୋଚନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆପ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଏବିଡ଼ିଓ ନିରଞ୍ଜନ ବେହେରା, ସାମ୍ବାଦିକ ଦେବହରି ବେହେରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସାମ୍ବାଦିକ ବିଜୟ କୁମାର ନାୟକ, ସରପଞ୍ଚ ସରୋଜ ସାହୁ, ହୃଷିକେଶ ମେହେଣା ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଗଣ ମାଧ୍ୟମର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଉତ୍ତମ ଶିକ୍ଷକ ଭାବେ ଜୟଦେବ ଜେନା ଓ ପ୍ରସନ୍ନ କୁମାର ନାୟକଙ୍କୁ ସମ୍ମାନିତ କରା ଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳର ସାମ୍ବାଦିକ ଓ ବେଗୁନିଆପଡା ଅଂଚଳର ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ