ଓଡିଶା

ଆଉ ନାହାନ୍ତି ନନ୍ଦ ସାର୍…

ଆଉ ନାହାନ୍ତି ସମସ୍ତଙ୍କ ପ୍ରିୟ ନନ୍ଦ ସାର୍ । ଭୁବନେଶ୍ୱରର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ଥିଲେ ନନ୍ଦ ସାର । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ ହେବା ନେଇ ସୂଚନା ଦେଇଛନ୍ତି ତାଙ୍କ ନାତି ଖଗେଶ୍ୱର ପୃଷ୍ଟି । ଆଜି ଦିନ ୧ଟା ୨୮ରେ ନନ୍ଦ ସାର୍‌ଙ୍କ ପରଲୋକ ହୋଇଥିବା ନେଇ ସମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସୂଚନା ମିଳିଛି । କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଗାଁର ଛୋଟ ଛୋଟ ପିଲାଙ୍କୁ ଦଶନ୍ଧି ଦଶନ୍ଧି ଧରି ସେ ମାଗଣାରେ ପାଠ ପଢ଼ାଉଥିଲେ । ତାଙ୍କ ବ୍ୟକ୍ତିତ୍ୱ, ଦକ୍ଷତା ଓ ପାଠ ପଢ଼ାଇବା ପ୍ରତି ଭଲ ପାଇବା ତାଙ୍କୁ ଦେଶବ୍ୟାପୀ ପରିଚିତ କରିଥିଲା । ସମଗ୍ର ଦେଶରେ ନିଜର ପରିଚୟ ସୃଷ୍ଟି କରିଥିବା ନନ୍ଦ ସାରଙ୍କୁ ରାଷ୍ଟ୍ରପତି ଗତ ନଭେମ୍ବର ୯ ତାରିଖରେ ସମ୍ମାନଜନକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା