୨୩ରେ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ
ଭୁବନେଶ୍ୱର : ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୨୩ ତାରିଖରେ ଅନୁଗୁଳ-ଭୁବନେଶ୍ବର ରୁଟ୍ରେ ୨୪ ଘଣ୍ଟିଆ ପ୍ରତୀକ ଧର୍ମଘଟ କରାଯିବ। ସେହିଦିନ ଅନୁଗୁଳରୁ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍ରେ କଳା ପତାକା ଲଗାଇ ପ୍ରତିବାଦ କରାଯିବ। ଆସନ୍ତା ଜାନୁଆରି ୧ ତାରିଖରୁ ଉକ୍ତ ରୁଟ୍ରେ ଯାତ୍ରୀବାହୀ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ବସ୍ ମାଲିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।