ରେକର୍ଡ କଲେ ଏଜାଜ୍, ଭାରତର ପ୍ରଥମ ଇନିଂସରେ ଏକାକୀ ହାସଲ କଲେ୧୦ ଉଇକେଟ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସରେ ଏକାକୀ ସମସ୍ତ ୧୦ ଉଇକେଟ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ଏଜାଜ । ଏହା ବ୍ୟତୀତ ସେ ଭାରତରେ ଗୋଟିଏ ଇନିଂସରେ ସର୍ବାଧିକ ଉଇକେଟ ନେଇ ବିଶ୍ୱର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ପରଫେକ୍ଟ ଟେନ୍ ବ୍ୟାଟସମ୍ୟାନଙ୍କୁ ଆଉଟ କରିବାରେ ସଫଳ ହୋଇଛନ୍ତି ।
ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବ ଏଜାଜ ୮ ବର୍ଷ ବୟସରେ ପରିବାର ସହ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ । ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକରେ ଭାରତ ୩୨୫ରେ ଅଲଆଉଟ ହୋଇଯାଇଛି ।
ତାଙ୍କ ପୂର୍ବରୁ ଇଂଲିଶ କ୍ରିକେଟ ଜିମ ଲାକେର ଓ ଭାରତର ଅନୀଲ କୁମ୍ବଲେ ଗୋଟିଏ ଟେଷ୍ଟ ଇନିଂସରେ ପରଫେକ୍ଟ ଟେନ୍ ହାସଲ କରିଥିଲେ । ଲାକେର ୧୯୫୬ ମସିହାରେ ୧୦ ୱିକେଟ ସଫଳତାର ସହ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ । ଓଲ୍ଡ ଟ୍ରାଫୋର୍ଡରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ସେ ମାତ୍ର ୫୩ ରନ୍ ବ୍ୟୟର ପରଫେକ୍ଟ ଟେନ୍ ହାସଲ କରିଥିଲେ । ସେହିପରି ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ୧୦ ୱିକେଟ ହାସଲ କରିଥିଲେ । କୁମ୍ବଲେ ମାତ୍ର ୨୬.୩ ଓଭର୍ରେ ୭୪ ରନ୍ ବ୍ୟୟ କରି ଏହି ସଫଳତା ହାସଲ କରିଥିଲେ ।