କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା ମୁତାବକ ମଣିଜଙ୍ଗ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରୁ ଦୁର୍ବୃତ୍ତ ମାନେ ଗୋଟିଏ ଏସି ଓ ଏଲସିଡି ସହିତ ଭତ୍ତାପ୍ରଦାନ ପାଇଁ ଥିବା ଟଙ୍କା ଲୁଟି ନେବା ସହ ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ୍ ଓ କିଶୋରନଗର ପୋଲିସର ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି ।
ସେପଟେ ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପଞ୍ଚାୟତରେ ବିଭିନ୍ନ ସ୍ଥାନରୁ ଲୁଟ କରିଛନ୍ତି ଦୁର୍ବୁର୍ତ୍ତ । ପ୍ୟାରରୁନ୍ ବିବିଙ୍କ ଝିଅ ବାହାଘର ଚଳିତ ମାସରେ ଥିବା ବେଳେ ତାଙ୍କ ଘରୁ ବହୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଖ୍ରୂରସିଧ ବେଗଙ୍କ ଘରୁ ମଧ୍ୟ ଟଙ୍କା ଓ ସୁନା ଅଳଙ୍କାର ସହିତ ବିଭିନ୍ନ ମୂଲ୍ୟବାନ ଜିନିଷକୁ ଲୁଟି ନେଇଛନ୍ତି ଦୁର୍ବୃତ ।
ଏ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ସାଧାରଣରେ ଦାବି ହେଉଛି ଯେ ନିଶ୍ଚିନ୍ତକୋଇଲି ବ୍ଲକର କିଶୋରନଗର ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ପୋଲିସ ପେଟ୍ରୋଲିଂ କଡ଼ା କଡି କରିବା ପାଇଁ । ତେବେ ଦେଖିବାକୁ ବାକି ରହିଲା କେବେ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ସଫଳ ହେଉଛି ।
ସାଲେପୁରରୁ ଅଭୟ ଜେନା