ଓଡିଶା

ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସାଲେପୁର ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ସାଲେପୁର ମାଛୁଆତି ସ୍ଥିତ ସାଲେପୁର ପବ୍ଲିକ ସ୍କୁଲର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ବିଦ୍ୟାଳୟର ଶୁଭମ ସ୍ୱରୂପ ପ୍ରଧାନ ୯୮%, ସୌମ୍ୟ ରଞ୍ଜନ ରାଉତ ୯୭%, ନିର୍ଲିପ୍ତା ପ୍ରିୟଦର୍ଶିନୀ ପ୍ରଧାନ ୯୬.୫% ହାସଲ କରି ବ୍ଲକରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ତଥା ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ଦଶମ ବୋର୍ଡ ପରୀକ୍ଷା ଦେଇଥିବା ପିଲାମାନଙ୍କ ମଧ୍ୟରେ ୧୭ ଜଣ ୯୦%ରୁ ଅଧିକ, ୩୫ ଜଣ ୮୦ରୁ ୮୯%, ୬ ଜଣ ୭୦ରୁ ୭୯% ଅନ୍ୟମାନେ ୬୦ରୁ ୬୯% ଫଳାଫଳ କରି ଗୌରବ ଆଣିଛନ୍ତି । ଦଶମ ବୋର୍ଡ ପରୀକ୍ଷାରେ ତନୁଶ୍ରୀ ରାଉତ ଓ ସୌମ୍ୟ ରଞ୍ଜନ ରାଉତ ଓଡ଼ିଆରେ ଶତପ୍ରତିଶତ ନମ୍ବର ରଖିଛନ୍ତି । ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବିରଞ୍ଚି ନାରାୟଣ ଦାଶ ୯୦% ରୁ ଅଧିକ ରଖି ସର୍ବୋଚ୍ଚ ଫଳାଫଳ କରିଛନ୍ତି । ବିଦ୍ୟାଳୟର ଚଳିତ ଫଳାଫଳରେ ସନ୍ତୋଷ ପ୍ରକାଶ କରି ବିଦ୍ୟାଳୟର ସମ୍ପାଦକ ଦିଲ୍ଲୀପ କୁମାର ବରାଳ ଓ ପରିଚାଳନା ନିଦେ୍ର୍ଧଶିକା ଡ଼. ଜୟନ୍ତୀ ମିଶ୍ର, ଅଧ୍ୟକ୍ଷ ଡ଼. ଅଭିରାମ ସାହୁ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା