ଓଡିଶା

ଅପରାଧ ଡାଏରୀରେ “ଥର” !

ଥର ଚଢ଼ାଇ ହତ୍ୟା ଉଦ୍ୟମ; ଥାନାରେ ମାମଲା
ଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) :
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଏବେ ଥର ଗାଡି ଆତଙ୍କ ଖେଳାଇଛି । ବହୁ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛି ଏହି ଗାଡି । ଖବରରୁ ପ୍ରକାଶ, ହିନ୍ଦୋଳ ଥାନା ହାତୁରା ପଂଚାୟତ ପଡ଼ା ଗ୍ରାମର ସ୍ୱର୍ଗତ ଜଗବନ୍ଧୁ ସାହୁଙ୍କ ପୁଅ ବସନ୍ତ ସାହୁଙ୍କ ସହିତ ଗତବର୍ଷ କାର୍ତ୍ତିକେଶ୍ୱର ଭଷାଣି ବେଳେ ସେହି ଗ୍ରାମର ଭୁବନ ସାହୁଙ୍କ ପୁଅ ରାକେଶ ସାହୁ ଓ କ୍ଷେତ୍ରବାସୀ ସାହୁଙ୍କ ପୁଅ ଲିପୁନ ସାହୁ ବିନା କାରଣରେ ଗଣ୍ଡଗୋଳ କରିଥିଲେ । ଏ ନେଇ ବସନ୍ତ ଥାନାରେ ଅଭିଯୋଗ କରିଥିଲେ । ସେହିଦିନଠାରୁ ରାକେଶ ଓ ଲିପୁନ ସୁଯୋଗ ଖୋଜୁଥିଲେ ବସନ୍ତକୁ ପାନେ ଦେବାକୁ । ଚଳିତ ମାସ ୧୧ ତାରିଖ ଅପରାହ୍ନ ୫ଟା ବେଳେ ନିଜ ବ୍ୟବସାୟିକ କାମ ସାରି ବାଇକ ଯୋଗେ ବସନ୍ତ ଗ୍ରାମକୁ ଫେରୁଥିବାବେଳେ ପଡ଼ା ଗ୍ରାମର ରାଜେଶ ସାହୁ, ମାୟାଧର ସାହୁଙ୍କ ପୁଅ ଗଣେଶ୍ୱର ସାହୁ ଜାଣିଶୁଣି ଥର ଗାଡି ନମ୍ବର ଓଡି ୦୨ ସିୱାଇ ୨୭୪୫ ରେ ବସନ୍ତଙ୍କୁ ଧକ୍କା ମାରିଥିଲେ । ଫଳରେ ବସନ୍ତ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ଏ ନେଇ ବସନ୍ତ ପୁନଃ ଲିଖିତ ଭାବରେ ହିନ୍ଦୋଳ ଥାନାରେ ଅଭିଯୋଗ କରିଛନ୍ତି । ହିନ୍ଦୋଳ ପୁଲିସ୍ ସମ୍ପୃକ୍ତ ଥର ଗାଡିକୁ ଜବତକରି ଅଭିଯୁକ୍ତ ଦୁଇଜଣଙ୍କୁ ଥାନାରେ ଅଟକରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ଅପରପକ୍ଷେ ପୂର୍ବରୁ ହିନ୍ଦୋଳ ଅଞ୍ଚଳରେ ଗୋରୁ ମାଫିଆମାନେ ଥର ଗାଡି ବ୍ୟବହାର କରି ଧାରା ପଡ଼ିଥିବା ନଜିର ଥିବାବେଳେ ଏହି ଥର ଗାଡିଦ୍ୱାରା ପୁନଃ ଜଣଙ୍କୁ ହତ୍ୟା ଉଦ୍ୟମ ଘଟଣା ଜନସାଧାରଣଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା