ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ରୋଜୀ ସେଠୀଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ପ୍ରଶାସନ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ରୋଜି ସେଠୀଙ୍କ ବିରୁଦ୍ଧରେ ୩୧ ଜଣ ସରପଞ୍ଚ, ସମିତି ସଭ୍ୟ, କଟକ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଅଭିଯୋଗ କରିଥିଲେ । କଟକ ଉପଜିଲ୍ଳାପାଳ ଏହି ଅନାସ୍ଥା ପ୍ରସ୍ତାବର ଦସ୍ତଖତ ଯାଞ୍ଚ କରିବା ପରେ ୧୩ ତାରିଖକୁ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଦିନ ଧାର୍ଯ୍ୟ କରିଥିଲେ । ମାତ୍ର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ କୌଣସି ସରପଞ୍ଚ କିମ୍ବା ସମିତି ସଭ୍ୟ ମତଦାନ ନିମନ୍ତେ ପହଞ୍ଚିନଥିଲେ । ଏପରିକି ନିର୍ବାଚନ ଅଧିକାରୀ ତଥା କଟକ ଉପଜିଲ୍ଳାପାଳ ଶାରୀରିକ ଅସୁସ୍ଥତା ଦର୍ଶାଇ ଛୁଟିରେ ରହିଥିଲେ । ଫଳରେ ଏହି ଅନାସ୍ଥା ପ୍ରସ୍ତାବକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା ବୋଲି ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି । ତେବେ ଅନାସ୍ଥା ନିମନ୍ତେ ମାହାଙ୍ଗା ବିଧାୟକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲେ ହେଁ ସଫଳତା ମିଳିନଥିଲା ।