ହକ୍ ପାଇଁ ଲଢୁଛି ମା ଛତରାଇ ଦୁଗ୍ଧ ସମବାୟ ସମିତି…

ଜଗତସିଂହପୁର, (ଫ୍ରିଟୁସ୍ପିକ୍/ ଶ୍ରୀରାଜ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତରାସାହି ଗ୍ରାମର ମା ଛତରାଇ ଦୁଗ୍ଧ ସମବାୟ ସମିତିର ପ୍ରାୟ 300 ଜଣ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ଓମ୍ଫେଡ଼କୁ ଦେଇଥାନ୍ତି । ତେବେ ସେହି ଗ୍ରାମର ସରପଞ୍ଚ ମଧ୍ୟ ବେନାମୀ କ୍ଷୀର ବ୍ୟବସାୟୀ କରନ୍ତି । ଏହା ସହିତ ମା ଛତରାଇ ଦୁଗ୍ଧ ସମବାୟ ସମିତିଠାରୁ କ୍ଷୀର ନେଇ ଭୁବନେଶ୍ୱରରେ ବ୍ୟବସାୟ କରିବା ସହିତ ଲକ୍ଷାଧିକ ଟଙ୍କା ବାକି ମଧ୍ୟ ରଖିଛନ୍ତି । ମା ଛତରାଇ ଦୁଗ୍ଧ ସମବାୟ ସମିତି ତାଙ୍କୁ ବକେୟା ଟଙ୍କା ମାଗିବାରୁ ସେ ଏହାକୁ ଫାଙ୍କି ଦେବା ଫଳରେ ତାଙ୍କ ନାଁରେ ବାଲିକୁଦା ଥାନାରେ ଅଭିଯୋଗ କରାଯାଇଛି । ଏବେ ଟଙ୍କା ନ ଦେବା ଆଳରେ କ୍ଷୀରରେ ପାଉଡର ମିଶୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଏହାର କ୍ଷୀର ନମୁନା ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଅପରପକ୍ଷେ ଗତ 3 ଦିନ ହେବ ଓମ୍ଫେଡ଼ କ୍ଷୀର ନ ନେବା ଫଳରେ ଚାଷୀମାନେ କ୍ଷତି ସହୁଛନ୍ତି । ତେବେ ଏହାର ପ୍ରତିବାଦରେ ଶତାଧିକ ଦୁଗ୍ଧ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ମା ଛତରାଇ ଦୁଗ୍ଧ ସମବାୟ ସମିତିକୁ ବଦନାମ କରାଯାଉଛି ବୋଲି କହିଛନ୍ତି ।