ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହେବ ମକଡ୍ରିଲ୍ ।

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଓଡିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍ । ଅପରାହ୍ନ ୪ଟାରେ ସାଇରନ୍ ବାଜିବ। ପରେ ମକ୍ ଡ୍ରିଲ ଆରମ୍ଭ ହୋଇଯିବ । ମକ୍ ଡ୍ରିଲ୍ ସରିଲା ପରେ ପୁଣି ଥରେ ସାଇରନ ବାଜିବ । ତେବେ ଦ୍ବିତୀୟ ଥର ସାଇରନ ବାଜିବାର ଅର୍ଥ ମକ୍ ଡ୍ରିଲ୍ ଶେଷ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା ଓ ତାଳଚେରରେ ମକ୍ଡ୍ରିଲ୍ ପାଇଁ ନେଇ ନିଷ୍ପତ୍ତି ନିଆଯାଇଛି ।
ସମୟରେ କ’ଣ କରିବାକୁ ହେବ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକଡ୍ରିଲ୍ରେ ଭୂମିକା ରହିବ । ତେବେ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଏହି ମକଡ୍ରିଲ ଆସନ୍ତା ୭ ଦିନ ଧରି ଚାଲିବ ।
ଏହି ମକଡ୍ରିଲ ପାଇଁ କେବଳ ସେନା ଓ ସରକାର ନୁହେଁ ବରଂ ଜନ-ସାଧାରଣ ମଧ୍ୟ ପ୍ରସ୍ତୁତ ହେବା ଉଚିତ୍ ବୋଲି କହିଛନ୍ତି ସୁରେଶ ପୂଜାରୀ । ମକ୍ଡ୍ରିଲ ସମୟରେ ୫ ମିନିଟ୍ ଧରି ସାଇରନ୍ ବାଜିବ । ଏ ନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଗୃହ ସଚିବ ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି।