ଟ୍ରେନରୁ ନିଖୋଜ ହେଲେ କେନ୍ଦ୍ରମନ୍ତ୍ରୀ । ୩ ଘଣ୍ଟା ପରେ, ୧୬୨ କି.ମି ଦୂରରୁ ମିଳିଲା ପତ୍ତା…

ଟ୍ରେନରୁ ରହସ୍ୟମୟ ଢଙ୍ଗରେ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ସେ ଟ୍ରେନ୍ରୁ ନିଖୋଜ ହୋଇଯାଇଥିଲେ । ଏହି ଘଟଣା ଶନିବାର ରାତିରେ ଘଟିଥିଲା । ରବିବାର ସକାଳେ ସେ ଦମୋହରେ ତାଙ୍କ ସ୍ଥାନରେ ନଥିଲେ । ଏ ନେଇ ରେଳବାଇ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଦୀର୍ଘ ୩ ଘଣ୍ଟା ପରେ, ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ସଂପରକ୍ରାନ୍ତି ଏକ୍ସପ୍ରେସରେ ଆହତ ଅବସ୍ଥାରେ ମନ୍ତ୍ରୀଙ୍କ ପତ୍ତା ମିଳିଥିଲା । ତାଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଥିଲା।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ବ୍ଲଡ ସୁଗାରର ସ୍ତର କମି ଯାଇଥିଲା, ଯେଉଁଥିପାଇଁ ସେ ଚଳନ୍ତା ଟ୍ରେନରେ ଚଢୁ ଚଢୁ ପଡି ଯାଇଥିଲେ । ପାଦ ଖସିଯିବାରୁ ତାଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା ଏବଂ ଖଣ୍ଡିଆ ହୋଇଯାଇଥିଲେ । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପରକ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ଜୁଏଲ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ ।
କେନ୍ଦ୍ରମନ୍ତ୍ରୀଙ୍କ ପିଏଙ୍କ କହିବାନୁସାରେ ସେ ହରଦୁଆରୁ ଟ୍ରେନରେ ଦେଖିବାକୁ ମିଳିନଥିଲେ । ପରେ ଜଣାପଡିଲା ଯେ ଟ୍ରେନ୍ ସେଠାରେ ଅଟକି ନଥିଲା । କିନ୍ତୁ ସକାଳ ୬.୫୫ ରେ କେନ୍ଦ୍ରମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ । ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଜବଲପୁର ଅଣାଯାଇଥିଲା । ମନ୍ତ୍ରୀ ଜବଲପୁରରେ ପହଞ୍ଚିବା ମାତ୍ରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ସମ୍ପୂର୍ଣ୍ଣ ଘଟଣା ଉପରେ ମନ୍ତ୍ରୀ ଜୁଏଲ୍ ଓରାମଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।