‘Paid Period Leave’ ଡକ୍ୟୁମେଣ୍ଟରୀର ଟିଜର ଲଞ୍ଚ

ନୂଆପଡ଼ା, (ଫ୍ରିଟୁସ୍ପିକ୍/ କୀର୍ତ୍ତି ଚନ୍ଦ୍ର ନାଗ) : ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସରରେ, ଓଡିଶାର ସମ୍ମାନିତ ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ଦ୍ୱାରା ଆପେକ୍ଷିତ ଡକ୍ୟୁମେଣ୍ଟରୀ ଚଳଚ୍ଚିତ୍ର ‘Paid Period Leave’ର ଟିଜର ଲଞ୍ଚ କରାଯାଇଅଛି । ଏହି ଡକ୍ୟୁମେଣ୍ଟରୀ ଏକ ଯୁବ ପରିବର୍ତ୍ତନ ସାଧକ, ରଂଜିତା ପ୍ରିୟଦର୍ଶିନୀଙ୍କ ଭୂମିକା ଉପରେ ଆଧାରିତ, ଯେଉଁଠି ଲିଙ୍ଗ ସମାନତା ଏବଂ ଋତୁମତୀ ବିଶ୍ରାମ ନୀତି ଉପରେ ସ୍ୱର ଉଠାଇଛନ୍ତି । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ବାବଲା ବଗଚିଙ୍କ ନିର୍ମିତ ବାବଲା ବଗଚି ଫିଲ୍ମସ୍ ଆଣ୍ଡ୍ ଟ୍ରେଡର୍ସ ଏବଂ ଡିସି ଫିଲ୍ମସ୍ ପ୍ରଡକ୍ସନର ସଂଯୁକ୍ତ ଉଦ୍ୟୋଗରେ ଏହି ଡକ୍ୟୁମେଣ୍ଟରୀ ଚଳଚ୍ଚିତ୍ର ନିର୍ମିତ ହୋଇଛି । ଏହି ଚଳଚିତ୍ର ଶ୍ରବଣ କୁମାର ରାଥୋର୍ ଏବଂ ରଞ୍ଜନ କୁମାର ଦାଶଙ୍କ ଦ୍ୱାରା ପ୍ରସ୍ତାବିତ ଏବଂ ଚିତ୍ରଗ୍ରହଣ ନିତିଶ୍ ଝା, କଳିଙ୍ଗ ୟୁନିଭରସିଟିର ଫିଲ୍ମ ଡିପାର୍ଟମେଣ୍ଟ ଏଚ୍ ଓ ଡି ଙ୍କ ଦ୍ୱାରା କରାଯାଇଛି । ଆସନ୍ତା ମେ ୨୮ ତାରିଖରେ ଏହି ଚଳଚ୍ଚିତ୍ର ୟୁନାଇଟେଡ୍ ନେସନସ୍ ଚର୍ଚ୍ଚ ସେଣ୍ଟର, ନ୍ୟୁୟର୍କ, ୟୁଏସ୍ଏର ମଞ୍ଚରେ ରିଲିଜ୍ ହେବ ।
ତେବେ ଟିଜର ଲଞ୍ଚ କାର୍ଯ୍ୟକ୍ରମରେ ବିଶିଷ୍ଟ କମ୍ପାନି ମାଲିକ, ସମାଜସେବକ, ପ୍ରୋଡ୍ୟୁସର ଏବଂ ନେତା ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କ ସହ ରଂଜିତା ପ୍ରିୟଦର୍ଶିନୀ ଏବଂ ଓଡିଶାର ଗଣ୍ୟମାନ୍ୟ ଶ୍ରମ ମନ୍ତ୍ରୀ ଉପସ୍ଥିତ ଥିଲେ । ଏହି ଚଳଚ୍ଚିତ୍ର ଏକ ପ୍ରଗତିଶୀଳ କାର୍ଯ୍ୟସ୍ଥଳ ନୀତି ଭିତରେ ମାସିକ ଅବକାଶର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବ । ଏହା ଲିଙ୍ଗ ସମ୍ବନ୍ଧୀୟ ଅସମାନତା ଦୂର କରି କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ମଧ୍ୟରେ ଅଧିକ ସମତା ଏବଂ ସୁସଂଗଠିତ କାର୍ଯ୍ୟ ପ୍ରକ୍ରିୟାର ଅଭିନବ ପଦକ୍ଷେପ ନେବାକୁ ଉତ୍ସାହିତ କରିବ । Paid Period Leave ବିଷୟ ଉପରେ ଚିନ୍ତନ ଏକ ଉକôର୍ଷ ପ୍ରଗତିର ଆଗମନକୁ ବୁଝାଏ । ଏହି ଡକ୍ୟୁମେଣ୍ଟରୀ କର୍ମଚାରୀମାନଙ୍କ ସୁସ୍ଥତା ଏବଂ କାର୍ଯ୍ୟସ୍ଥଳ ସମାନତା ଉପରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।