ଓଡିଶା

ଜାତୀୟସ୍ତରରେ ସଂସ୍କୃତିର ପ୍ରଚାର କଲା ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟାନୁଷ୍ଠାନ

ଭୁବନେଶ୍ୱର, (ଫ୍ରିଟୁସ୍ପିକ୍) : ମହାରାଷ୍ଟ୍ରର ପୁନେ ସ୍ଥିତ ଯାପୁର୍ଜା ମ୍ୟୁଜିୟମ୍ ଅଫ ଆର୍ଟ ଆଣ୍ଡ କଲ୍ଚରରେ, ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ର ନୃତ୍ୟାଙ୍ଗନାମାନେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଅନ୍ତର୍ଜାତୀୟ ନୃତ୍ୟ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡିଶୀ ନୃତ୍ୟର ମଙ୍ଗଳାଚରଣରୁ । ପରେ ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା । ଶେଷରେ ସମ୍ବଲପୁରୀ ନୃତ୍ୟରେ ରସରକେଲି, ଡାଲଖାଇ, ମହନି ଲଗିଛେ, ସମଲପୁରିଆ ଫୁଲ ଏଭଳି ଅନେକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଅନୁଷ୍ଠାନର ନୃତ୍ୟଗୁରୁ ଡଃ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ନୃତ୍ୟ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର କହିଛନ୍ତି ଯେ, ଓଡ଼ିଶାର କଳା, ସଂସ୍କୃତିକୁ ନେଇ ଆମେ ଶାସ୍ତ୍ରୀୟ ନୃତ୍ୟ ଏବଂ ଲୋକନୃତ୍ୟ ମାଧ୍ୟମରେ, ସାରା ଦେଶ ତଥା ବିଦେଶରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ସର୍ବଦା ପ୍ରୟାସ ଜାରି ରଖିଛୁ । ଅନୁଷ୍ଠାନର ଛାତ୍ରୀ ଅର୍ଚ୍ଚିତା ମାହାରୀ ନୃତ୍ୟ ପରିବେଷଣ କରିଥିଲେ । ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମକୁ ସେଠାର ସ୍ଥାନୀୟ ବାସିନ୍ଦା ଭୂରି ଭୂରି ପ୍ରଶଂସା କରିବା ସହିତ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ ।

admin

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା