ଓଡିଶା

ଅନ୍ଧାର ରାତ୍ରିରେ ଚାଲିଛି ରାସ୍ତା କାମ, ଦୁର୍ନୀତିର ନୂଆ ତରିକା…

ବ୍ୟାପକ ଅନିୟମିତତା ସହ ନିମ୍ନମାନର କାମ, ଅଭିଯୋଗ କଲେ ମିଳୁଛି ଧମକ
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) :
ବ୍ୟାପକ ଅନିୟମିତତା ଭିତରେ ଚାଲିଛି ରାସ୍ତାକାମ । କାର୍ଯ୍ୟସ୍ଥଳରେ ରହୁନାହାନ୍ତି ବିଭାଗୀୟ ଅଧିକାରୀ । ସେପଟେ କାମର ସଠିକ ତଦାରଖ ହେଉନଥିବାବେଳେ ସାଧାରଣ ଲୋକଟିଏ ପ୍ରତିବାଦ କଲେ ଦାଦାଗିରି କରି ଲୋକଙ୍କ ମୁହଁକୁ ଚୁପ କରିଦେଉଛି ଠିକା ସଂସ୍ଥା । ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ଢ଼ଳେଇରେ ମିଶାଯାଉଛି କମ୍ପାନୀ ପାଉଁଶ । ଏହାସହ ସିମେଣ୍ଟ ବାଲିର ମାନ ମଧ୍ୟ ଠିକ ରହୁନି । ଖାଲି ସେତିକି ନୁହେଁ, କିଏ କାଳେ ଦୋଷ ଦୁର୍ବଳତାକୁ ଧରିନେବ ସେଥିପାଇଁ ରାତି ଅଧିଆ ଚାଲୁଛି ରାସ୍ତା କାମ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ଗ୍ରାମପଞ୍ଚାୟତରୁ । ପୁଣି ଅଭିଯୋଗ ଆଣିଛନ୍ତି ସଦାଶିବପୁର ଗ୍ରାମପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକ ।

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ଝାରଗାଡ଼ିଆ ଛକଠାରୁ ପୂର୍ବତଟ ରେଳପଥ ସଦାଶିବପୁର ରେଳଷ୍ଟେସନ ଓ ବଉଳପୁର ସହ ସଂଯୋଗ କରୁଥିବା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଅନିୟମିତତା ଭିତରେ ହେଉଛି । ରାସ୍ତା ଯେତିକି ଚଉଡା ହେବ କଥା ତାହା ହେଉନାହିଁ । ବିନା ଭାଇବ୍ରେଟରରେ ହେଉଛି ରାସ୍ତା ନିର୍ମାଣ । ସର୍ବସାଧାରଣଙ୍କ କହିବା କଥା ହେଲା ରାସ୍ତାଟିର ଚଉଡା ଛ’ ମିଟର ହେବା କଥା କିନ୍ତୁ ତାହା ନହୋଇ ଜମା ପାଞ୍ଚ ମିଟର ହେଉଛି । କଂକ୍ରିଟରେ ଲୁହାଛଡ଼ ଦିଆଯିବା କଥା ତାହା ମଧ୍ୟ ଦିଆ ହେଉନଥିବା ନେଇ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ସ୍ଥାନୀୟବାସୀ । ରାସ୍ତାରେ ବ୍ୟବହୃତ ହେଉଥିବା ଢ଼ଳେଇରେ କେତେବେଳେ କମ୍ପାନୀ ପାଉଁଶ ମିଶୁଛି ତ କେତେବେଳେ ଲିକ୍ୟୁଡ଼୍ । ଯାହା ଫଳରେ ରାସ୍ତାଟି ଖୁବୁ କମ ସମୟରେ ନଷ୍ଟ ହୋଇଯିବା ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗମନା ଗମନକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା ଆଣୁଛନ୍ତି ଏବଂ ଏ ନେଇ କୋଟି କୋଟି ଟଙ୍କାର ଅଟକଳ ମଧ୍ୟ ବ୍ୟୟ କରୁଛନ୍ତି । କିନ୍ତୁ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟ କେମିତି ଚାଲୁଛି, କାର୍ଯ୍ୟରେ ବ୍ୟବହାର ହେଉଥିବା ସାମଗ୍ରୀର ମାନ କେତେ ରହୁଛି, ତାହାର ସଠିକ ଯାଞ୍ଚ ଓ ତଦାରଖ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ହେଉନି । ଯାହା ଫଳରେ ନିର୍ମାଣ ହେଉଥିବା ପ୍ରକଳ୍ପଟି ଜନ ହିତରେ ଦୀର୍ଘ ସମୟ ଯାଏଁ ନ ଆସି ଅଳ୍ପ କେଇ ମାସରେ ଭାଙ୍ଗି ନଷ୍ଟ ହେଇ ଯାଉଛି । ଏଣୁ ଏଦିଗରେ ଜିଲ୍ଲାସ୍ତରରେ ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ପଞ୍ଚାୟତ ସରପଞ୍ଚ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା