ଓଡିଶା ମନୋରଞ୍ଜନ

‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ୍‌ ଫିଲ୍ମ ପ୍ରଯୋଜିକା ଏକତା କପୁର । ରାଜ୍ୟ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘ଦି ସାବରମତୀ ରିପୋର୍ଟ’ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିସହ ରାଜ୍ୟ ସରକାର ‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସତ୍ୟକୁ ସବୁଦିନ ପାଇଁ ଲୁଚାଇ ରଖାଯାଇ ପାରିବ ନାହିଁ । ଗଣମାଧ୍ୟମ ଦେଖାଉଥିବା କଥା ଯେ ସବୁବେଳେ ସତ୍ୟ ତାହା ଯଥାର୍ଥ ନୁହେଁ । ୨୦୦୨ ଫେବୃଆରୀ ୨୭ ତାରିଖର ଗୋଧ୍ରା ଟ୍ରେନ ପୋଡି ଘଟଣା ଉପରେ ଆଧାରିତ ହୀନ୍ଦି ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ । ସେଥିରେ ଜୀବନ୍ତ ଦଗ୍ଦ ହେଇଥିବା ୫୯ ଜଣ ଜୀବନର ସତ୍ୟ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର । ନଭେମ୍ୱର ୧୫ ରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ର ଏବେ ଟ୍ୟାକ୍ସ ଫ୍ରି ହୋଇଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ହରିୟାଣା ଓ ଗୁଜୁରାଟ ପରେ ଓଡ଼ିଶା ସରକାର ଏହି ସିନେମାକୁ ଟିକସମୁକ୍ତ ଘୋଷଣା କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା