ଓଡିଶା

ଓଡିଶାରେ ଖଲିସ୍ତାନୀ ସ୍ଲିପର ସେଲ୍ ଆତଙ୍କ !

ଭୁବନେଶ୍ୱରକୁ ଖଲିସ୍ତାନୀ ଆତଙ୍କୀ ଧମକ । ବିଜୁ ପଟ୍ଟନାୟକ ବିମାନ ବନ୍ଦର ଉପରେ ଆକ୍ରମଣ କରିବା ଚେତାବନୀ ଦେବା ସହ, ଲୋକସେବା ଭବନ ଉପରେ ଯେଉଁ ବ୍ୟକ୍ତି ଖଲିସ୍ତାନୀ ପତାକା ଉଡାଇବ ତାକୁ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି । ଯାହାକୁ ନେଇ ସମଗ୍ର ଭୁବନେଶ୍ୱରରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ କରଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଥିବା ଜଣାପଡିଛି । ଏ ନେଇ ସାମ୍ବାଦିକ ଥାନରେ ଏଫଆଇଆର ଦେଇଛନ୍ତି । ମୋଦୀ ଭୁବନେଶ୍ୱରରେ ଥିବାବେଳେ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଅଡିଓ କଲ୍ ଜାରି ହୋଇଛି । ଏହି ଧମକପୂର୍ଣ୍ଣ ଅଡିଓ ନିଜେ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁ ଜାରି କରିଛି ।

ଅପରପକ୍ଷେ ପନ୍ନୁ ପଠାଇଥିବା ଧମକପୂର୍ଣ୍ଣ ମେସେଜ ଓଡ଼ିଆରେ ଥିବା ନେଇ ବଢିଛି ସନ୍ଦେହ । ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଲେଖାଯାଇଛି । ପନ୍ନୁର ଅଡ଼ିଓକୁ ଓଡ଼ିଆରେ ଅନୁବାଦ ମଧ୍ୟ କରାଯାଇଛି । ଓଡ଼ିଶାରେ କିଏ ଖଲିସ୍ତାନୀ ଆତଙ୍କୀଙ୍କ ପାଇଁ କାମ କରୁଛି? ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି ?  ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା