ଓଡିଶା

ଫିରିଙ୍ଗିଆ ବ୍ଲକରେ ଜୋର ଧରିଲା ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବି…

କନ୍ଧମାଳ, (ଏଫ୍ଟୁଏସ୍/ କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ତେଜିଲା ଜନ ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗଲେ ଅଞ୍ଚଳବାସୀ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ନୂତନ ଗ୍ରାମପଞ୍ଚାୟତ ଗଠନ ନିମନ୍ତେ ଆବେଦନ କଲେ ମଗଡୀଙ୍ଗିଆ ଅଞ୍ଚଳବାସୀ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ନିର୍ଭର କରି ରହିଆସୁଥିଲେ ମଗଡୀଙ୍ଗିଆ ଅଞ୍ଚଳବାସୀ । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡ଼ିଙ୍ଗିଆଠାରେ ନୂତନ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଦାବି କରି ଆସୁଥିଲେ । ଏ ନେଇ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ, ମାତ୍ର ଏଥିରେ ସେମାନଙ୍କୁ କୌଣସି ସୁଫଳ ମିଳିନଥିଲା । ସୂଚନା ପ୍ରକାରେ ଏହି ଅଞ୍ଚଳବାସୀ ପ୍ରଥମେ ବଣ୍ଡଗୁଡା ଗ୍ରାମପଞ୍ଚାୟତରେ ଅନ୍ତର୍ଭୁକ୍ତ ଥିଲେ, ମାତ୍ର ସରକାରଙ୍କ ନିର୍ଦେଶକ୍ରମେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜିରିଡିକିଆଠାରେ ନୂତନ ପଞ୍ଚାୟତ ଗଠନ ପାଇଁ ଦାବି କରାଯାଇଥିଲା ।

୨୦୧୫ ମସିହାରେ ବଣ୍ଡଗୁଡ଼ାଠାରୁ ଜିରିଡ଼ିକିଆ ମାତ୍ର ଏକ ଓ ଦୁଇ କିମି ବ୍ୟବଧାନରେ ପଞ୍ଚାୟତ ଗଠନ କରାଯାଇଥିଲା । ଫଳରେ ଏହି ୧୦ଟି ଗାଁ ଲୋକେ ପାଖାପାଖି ୧୨ କିମି ଦୂରତା ହେଉଥିବା ଯୋଗୁଁ ପଞ୍ଚାୟତକୁ ଯାଇ ରାସନ୍ ଚାଉଳ, ଭତ୍ତା ପୁଣି ଅନ୍ୟାନ୍ୟ କାର୍ଯ୍ୟ କରିବାପାଇଁ ବହୁ ଅସୁବିଧାର ସମୁଖୀନ ହେଉଥିଲେ । କେ. ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏ ନେଇ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସୀ । କୌଣସି ସୁଫଳ ନମିଳିବାରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । କନ୍ଧମାଳ ଜିଲ୍ଲାପାଳ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଅଞ୍ଚଳବାସୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ସେଠାରେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅଭିଯୋଗ ବିଚରାଧୀନ ଥିବା ଜଣା ପଡ଼ିଛି । ବର୍ତ୍ତମାନ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । କନ୍ଧମାଳ ଜିଲ୍ଲାପାଳ ଏହାର ଉଚ୍ଚପଦସ୍ତ ତଦନ୍ତ କରି କେବେ ଅଂଚଳବାସୀଙ୍କୁ ଉଚିତ ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକିରହିଲା । ଯଦି ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ଦାବି କାର୍ଯ୍ୟକାରୀ ନ ହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା