ଓଡିଶା

ଜାତୀୟ ସାଂସ୍କୃତିକ, ସାହିତି୍ୟକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଉଦଘାଟିତ..

• ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ୍
• ୨୨ ଟି ରାଜ୍ୟରୁ ୧୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ
ଭୁବନେଶ୍ୱର, (ଏଫ୍ଟୁଏସ୍) :
ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି । ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଜନଜାତି ମନ୍ତ୍ରାଳୟ ରାଜ୍ୟମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଛନ୍ତି । ଜାତୀୟ ସ୍ତରୀୟ ଏହି କଳା ଉତ୍ସବକୁ ଶୁଭାରମ୍ଭ କରି ମାନ୍ୟବର କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳ କରିବା ଉଦେ୍ଦଶ୍ୟରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଗଠନ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଦେଶରେ ବ୍ୟାପକ କରାଯାଇଛି । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଦେଶର ଏକ ନମ୍ବର ବିଦ୍ୟାଳୟ ରୂପରେ ଗଢ଼ି ତୋଳିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଏଥିସହିତ ଜାତୀୟସ୍ତରୀୟ ଏହି ସାଂସ୍କୃତିକ ଓ କଳାତ୍ମକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ସହଯୋଗରେ ସଫଳ କରିବା ପାଇଁ ସେ ଆହ୍ୱାନ କରିଥିଲେ ।

ସେହିପରି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ରାଜ୍ୟମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ ଏଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ । ଏକଲବ୍ୟଙ୍କ ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରିବାକୁ ସେ ପରାମର୍ଶ ଦେବା ସହ ଏହି ଭଳି ଉତ୍ସବଗୁଡ଼ିକର ଆୟୋଜନ ଦ୍ୱାରା ପରସ୍ପର ମଧ୍ୟରେ ଭାବ ବିନିମୟ ବୃଦ୍ଧି ପାଇଥିବା ସେ କହିଛନ୍ତି । ନିଜ ନିଜ ଅଞ୍ଚଳର ଲୋକକଳା, ସଂସ୍କୃତି, ସଙ୍ଗୀତ, ସାହିତ୍ୟକୁ ଏଠାରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ମାନ୍ୟବର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ସମାଜରେ ଶିକ୍ଷାର ପ୍ରଚାରପ୍ରସାର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି । ଜନଜାତି ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏକ ଚମତ୍କାର ପରିକଳ୍ପନା । ଜନଜାତିଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଏକ ବିଶେଷ ଉପଲବ୍ଧି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଉଦଘାଟନୀ ସମାରୋହରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ୱାଗତ ଅଭିଭାଷଣ ଦେଇ ଓଡ଼ିଶାର ବିବିଧତା, ସମୃଦ୍ଧ ପରମ୍ପରା, ଇତିହାସ ଓ ଏହି ଜାତୀୟସ୍ତରୀୟ କଳା ଉତ୍ସବ ସମ୍ପର୍କରେ ସୂଚିତ କରିଥିଲେ । ଏଥିସହ ନ୍ୟାସନାଲ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ୍ ର କମିଶନର ଶ୍ରୀ ଅଜିତ୍ କୁମାର ଶ୍ରୀବାସ୍ତବ ଉଦ୍ଭବ ପାଳନର ଉଦେ୍ଦଶ୍ୟ ବିଷୟରେ ସୂଚନା ଦେଇଥିବା ବେଳେ ଓଡ଼ିଶା ମଡ଼େଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ତଥା ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ, ଆଗାମୀ ଚାରି ଦିନ ଯାଏଁ ‘ଉଦ୍ଭବ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ୨୨ ଟି ରାଜ୍ୟରୁ ୧୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏହା ଅନ୍ତର୍ଗତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଐତିହାସିକ ସ୍ଥାନ ପରିଦର୍ଶନରେ ନେବା ପାଇଁ କାର୍ଯ୍ୟକ୍ରମ ରହିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା