ଓଡିଶା

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ ବିଧାୟକ ପ୍ରଦୀପ ସାହୁ…

ଖୋର୍ଦ୍ଧା, (ଏଫ୍ଟୁଏସ୍/ ପ୍ରସନ୍ନ କୁମାର ସ୍ୱାଇଁ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କଳାଙ୍ଗ ପଞ୍ଚାୟତ କଳାଙ୍ଗ ଗ୍ରାମର ଗୋଛାବରୀ ପଡିଆରେ ନୂତନ ଭାବେ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଦୀର୍ଘ ଦିନର ପ୍ରତୀକ୍ଷା ଏବଂ ସ୍ଥାନୀୟ ଜନସାଧାରଣଙ୍କ ବହୁ ଦିନର ଦାବିକୁ ପୂରଣ କରିଛନ୍ତି ବିଧାୟକ ପ୍ରଦୀପ କୁମାର ସାହୁ । ନିର୍ବାଚନ ପୂର୍ବରୁ ବିଧାୟକ ଶ୍ରୀ ସାହୁଙ୍କ ପ୍ରତିଶ୍ରୁତି ଭିତ୍ତି ପ୍ରସ୍ତର ସ୍ଥାପନ ପରେ ପୂରା ହେବାକୁ ଯାଉଥିବା କହିଛନ୍ତି ସ୍ଥାନୀୟ ଜନସାଧାରଣ । ଏ ନେଇ ସ୍ଥାନୀୟବାସୀ ବେଶ୍ ଉତ୍ସାହିତ ଥିବାସହ ବିଧାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ବିଜେଡି କର୍ମକର୍ତ୍ତାଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା