ଓଡିଶା

ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ…

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗତ ମଙ୍ଗଳବାର ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ସିଡିପିଓଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଥିବାବେଳେ ଏବେ ସିଡିପିଓଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ମ୍ୟାଡମ୍ କୁଆଡେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲାଞ୍ଚ କାରବାର କରୁଥିବାର ମଧ୍ୟ ଅଭିଯୋଗ ଆସିଛି ।

ମହିଳା ଓ ଶିଶୁ ସମନ୍ବିତ ବିଭାଗର ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ସିଡିପିଓଙ୍କ ନିର୍ଯାତନା କାରଣରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏହାର ତଦନ୍ତ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସିଡିପିଓ କିଭଳି ତାଙ୍କୁ ନିର୍ଯାତନା ଦେଲେ, ଯାହା ଫଳରେ ତାଙ୍କର ୭ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଲା । ଏ ସମସ୍ତ ଘଟଣା ଉପରେ ତଦନ୍ତ କରିବ ଟିମ୍ ।

ଅପରପକ୍ଷେ ଏହି ମାମଲାର ତଦନ୍ତ ନିମନ୍ତେ ଏକ ୩ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ ହୋଇଛି । ତଦନ୍ତକାରୀ ଟିମ୍‌ରେ ତହସିଲଦାର ପ୍ରଜ୍ଞାପାରମିତା ପୃଷ୍ଟି, ସ୍ଥାନୀୟ ମେଡ଼ିକାଲ୍ ଅଫିସର ଚିତ୍ତରଞ୍ଜନ ବେହେରା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଅଛନ୍ତି। ଚିତ୍ତରଞ୍ଜନ ବେହେରା ଜଣେ ବିବାଦୀୟ ଡାକ୍ତର ହୋଇଥିବା ବେଳେ ତାଙ୍କ ନାଁରେ ୮ଟି ମାମଲା ରହିଛି। ତେଣୁ ତାଙ୍କୁ ତଦନ୍ତକାରୀ ଟିମ୍‌ରେ ସାମିଲ କରାଯାଇଥିବା ବେଳେ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ପୀଡ଼ିତା ତାଙ୍କ ବୟାନରେ ୨୦୨୧ ମସିହାରୁ ଏହି ବିଭାଗରେ ଜଣେ କନିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିଲେ ବୋଲି କହିଛନ୍ତି । ଚାକିରି କରିବା ଦିନଠୁଁ ସିଡିପିଓ ସ୍ନେହଲତା ସାହୁ ସବୁ ସମୟରେ ତାଙ୍କୁ ବିଭିନ୍ନ ପ୍ରକାର ଚାପ ପକାଉଥିଲେ। ତେବେ ୩ ମାସ ହେବ ସିଡିପିଓ ସାହୁ ତାଙ୍କୁ ବିଭିନ୍ନ ସମୟରେ ବେଆଇନ କାମ କରିବାକୁ ବାଧ୍ୟକରିବା ସହ ତାଙ୍କ କୋଠରିରେ ଏକ ପ୍ରକାର ନଜରବନ୍ଦୀ ଭାବେ ରହିବାକୁ ବାଧ୍ୟ କରୁଥିଲେ ବୋଲି ପୀଡ଼ିତା କହିଛନ୍ତି। ଗତ ୨୫ ତାରିଖରେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ଏ ନେଇ ସିଡିପିଓ ଜାଣିବା ପରେ ସୁଦ୍ଧା ତାଙ୍କୁ ମେଡିକାଲ ନେବା ତ ଦୂରର କଥା ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଫଳରେ ସେ ଅତ୍ୟଧିକ ଅସୁସ୍ଥ ହୋଇ ପଡ଼ିବାରୁ କାର୍ଯ୍ୟାଳୟରୁ ଖବର ପାଇ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇସାରିଥିବା କହିଥିଲେ। ଏଭଳି ସ୍ପର୍ଶକାତର ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା