ଓଡିଶା

ଦୁର୍ନୀତିଖୋରଙ୍କୁ ଆଦୌ ନିସ୍ତାର ନାହିଁ…

ରାଜ୍ୟରେ ଆରମ୍ଭ ହୋଇଯାଇଛି ଦୁର୍ନୀତି ନିବାରଣ ସପ୍ତାହ ପାଳନ । ଚଳିତ ବର୍ଷ ‘ସତ୍ୟ-ନିଷ୍ଠାର ସଂସ୍କୃତି ହିଁ ରାଷ୍ଟ୍ରର ସମୃଦ୍ଧି’ ଉପରେ ଗୁରୁତ୍ୱ ଦିଆଯାଇଛି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିଗ୍ରସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଶୁନ୍ୟ ସହନଶୀଳତା ନୀତିକୁ ନେଇ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ସରକାରକୁ ପୂରିଛି ମାତ୍ର ୧୪୦ ଦିନ । ବର୍ତମାନ ସୁଦ୍ଧା ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରି କୋର୍ଟ ପଠାଯାଇଛି । ସେମାନଙ୍କ ନିକଟରୁ ୨୩୩ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା ଜବତ କରାଯାଇଛି । ଏତଦ୍ ବ୍ୟତୀତ ଅନେକ ବଡ଼ବଡ଼ ଦୁର୍ନୀତିଖୋର ଅଧିକାରୀଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏବେ ଯାହା ଚାଲିଛି ତାହା କେବଳ ଟ୍ରେଲର, ଆଗକୁ ବହୁତ କିଛି ବାକି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ତାଙ୍କ କଥାକୁ ହେୟଜ୍ଞାନ ନ କରି ପୂରା ଫିଲ୍ମ ଶେଷ ଯାଏ ଅପେକ୍ଷା କରିବାକୁ ବି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ବର୍ଷିବା ସହିତ ଦୁର୍ନୀତି ଟଙ୍କାରେ ନିର୍ବାଚନ ଲଢିଥିବା ନେଇ ବିଜେଡିକୁ ତେରଚ୍ଛା ବାଣ ମାରିଛନ୍ତି । ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଥିବା ବେଳେ ସରକାରୀ ଅଧିକାରୀଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା