ସର୍ବଭାରତୀୟ ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ଚାଷୀଙ୍କ ପୁଅ ଜଗସନ୍…

ନୂଆପଡ଼ା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ସର୍ବଭାରତୀୟ ନିଟ୍ ପରୀକ୍ଷାରେ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ୯୮% ପ୍ରତିଶତ ନମ୍ବର ରଖି ନୂଆପଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଜଗସନ୍ ନାୟକ । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଫରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ବାପା ରାମଲାଲ ନାୟକ ଏବଂ ମାତା ଚଞ୍ଚଲେ ନାୟକଙ୍କ ପୁଅ ଜଗସନ ନାୟକ (୨୫) । ଜଗସନ୍ ପ୍ରଥମେ ନିଜ ଗ୍ରମାସ୍ଥିତ ସର୍ଗୀଗୁଡ଼ା ପ୍ରଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ବଖ୍ଲିଖୁଣ୍ଟି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ପରେ ବୋଡନେ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ +୨ ପାସ କରି ପରବର୍ତୀ ସମୟରେ ସେ ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକ ହାସଲ କରିଥିଲେ । କିଶ୍ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଓଡ଼ିଆ ବିଭାଗରୁ ହାସଲ କରିଥିଲେ । ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସହାୟକ ପ୍ରଧ୍ୟାପକ ଏବଂ ପି.ଏଚ୍.ଡି ଅଧ୍ୟୟନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜଗସନଙ୍କ ଏହି କୃତିତ୍ୱ ପାଇଁ ନୂଆପଡ଼ା ଜିଲ୍ଲା ତଥା ଅଞ୍ଚଳବାସୀ ତାଙ୍କୁ ଭୂୟଂଶୀ ପ୍ରଶଂସା କରିଛନ୍ତି ।