ଓଡିଶା ବ୍ୟବସାୟ

ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି ଅରୁନ୍ଧତୀ ଜୁଏଲର୍ସ…

‘ଅର୍ଘ୍ୟ’ ଓ ‘ଆରାଧ୍ୟା’ କଲେକ୍ସନ୍, ଗଢ଼ା ମଜୁରିରେ ଆକର୍ଷଣୀୟ ରିହାତି
ଭୁବନେଶ୍ୱର, (ଏଫ୍ଟୁଏସ୍) :
ଭୁବନେଶ୍ୱର ଜନପଥରେ ଥିବା ଅରୁନ୍ଧତୀ ଜୁଏଲର୍ସ ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି । ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର ତଥା ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା, ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଏବଂ ନିର୍ଦ୍ଦେଶକ ଅରୁନ୍ଧତୀ ମେହେରଙ୍କ ଦ୍ୱାରା ନବୀକୃତ ସୋରୁମକୁ ଗ୍ରାହକଙ୍କ ଲାଗି ଉତ୍ସର୍ଗ କରାଯାଇଛି ।
ଅରୁନ୍ଧତୀ ଜୁଏଲର୍ସ ନିଜର ୨୫ ବର୍ଷ ପୂରଣ କରିବା ସହ ଗ୍ରାହକଙ୍କ ଭରଷାକୁ ଆହୁରୀ ମଜବୁତ କରିବା ପାଇଁ ନେଇ ଆସିଛି ପାର୍ବଣ ଭେଟି । ପାର୍ବଣର ନୂତନ କଲେକ୍ସନ୍ ‘ଅର୍ଘ୍ୟ’ ଏବଂ ‘ଆରାଧ୍ୟା’ ମଧ୍ୟ ଉନ୍ମୋଚିତ ହୋଇଛି । ୧୨ ହଜାର ବର୍ଗଫୁଟର ଏହି ସୋରୁମ୍ ରେ ୨୫ ହଜାରରୁ ଅଧିକ ନୂଆ ଡିଜାଇନର ଗହଣା ପ୍ରଦର୍ଶିତ ହୋଇଛି । ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ଏମ୍ ଡି ଶ୍ରୀ ମେହେର କହିଛନ୍ତି, ଦୀର୍ଘ ୨୫ ବର୍ଷର ଅତୁଟ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ପାଇଁ ଓଡ଼ିଶାବାସୀଙ୍କ ପ୍ରତି ଅରୁନ୍ଧତୀ ପରିବାର ସର୍ବଦା ନତମସ୍ତକ । ଆମ ପ୍ରିୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପ୍ରତିଟି ସଫଳ ସୋପାନ ଅତିକ୍ରମ କରିବାରେ ସହାୟକ ହୋଇଛି ।

ଗ୍ରାଣ୍ଡ ରି-ଓପେନିଙ୍ଗର ସର୍ବଶ୍ରେଷ୍ଠ ଅଫରରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରିରେ ସୁନିଶ୍ଚିତ ସର୍ବନିମ୍ନ ୨୫ % ରିହାତି, ‘ବାୟ ମୋର୍ ଗେଟ୍ ମୋର୍’ରେ ଅଧିକ ସୁନାଗହଣା କିଣି ସର୍ବାଧିକ ଫ୍ଲାଟ୍ ୫୦% ରିହାତି ପାଇପାରିବେ । ଏହା ସହିତ ସ୍ୱର୍ଣ୍ଣ ସମୃଦ୍ଧି ଯୋଜନା ମାଧ୍ୟମରେ ପ୍ରଥମ ଥର ପାଇଁ ଗଢ଼ା ମଜୁରୀ ସଂପୂର୍ଣ୍ଣ ମାଗଣା ରହିଛି । ତାହା ସହ ପ୍ରତ୍ୟେକ ଅଗ୍ରିମ ବୁକିଂ ଉପରେ ସୁନାର ସର୍ବନିମ୍ନ ବଜାର ଦର ସହିତ ମାଗଣା ସ୍ୱର୍ଣ୍ଣ, ରୌପ୍ୟ ମୁଦ୍ରା ତଥା ପୁରୁଣା ସୁନା ଗହଣା ବଦଳାଇଲେ ଗ୍ରାହକ ପ୍ରତ୍ୟେକ ୧୦ ଗ୍ରାମ ଉପରେ ୧୦୦୦ ଟଙ୍କାର ଅତିରିକ୍ତ ବୋନସ୍ ପାଇପାରିବେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା