ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ ସହ ଚାନ୍ଦିଭଣ୍ଡାରରେ ଦୀପାବଳି, ଧନତେରସ୍ ସେଲିବ୍ରେଶନ…

ଗଢ଼ାମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର, (ଏଫ୍ଟୁଏସ୍) : ଆଲୋକର ପର୍ବ ଦୀପାବଳି ଏକ ପ୍ରଥା ନୁହେଁ ଏହା ମିତ୍ରତା, ସମୃଦ୍ଧି ଏବଂ ଆନନ୍ଦର ପର୍ବ । ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ଦୀପାବଳିର ଆଲୋକକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ଷ୍ଟୋର ‘ଚାନ୍ଦିଭଣ୍ଡାର’ ଏହାର ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଉପସ୍ଥାପନ କରିଛି । ୯୨.୫% ଶୁଦ୍ଧତା ଯୁକ୍ତ ଷ୍ଟର୍ଲିଙ୍ଗ୍ ସିଲଭରରେ ଜିରକନ୍ ଖଚିତ ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ଗହଣା ସମ୍ଭାର ପରମ୍ପରା ଏବଂ ସୁନ୍ଦରତାରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରେ । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏ କଲେକ୍ସନ ଏକ ସର୍ବଶ୍ରେଷ୍ଠ ଫ୍ୟାଶନ୍ ଷ୍ଟେଟମେଣ୍ଟ, ଯାହାକି ଆତ୍ମବିଶ୍ୱାସ, ସୁନ୍ଦରତା ଏବଂ ସଫଳତାକୁ ପାଳନ କରୁଥିବା ଚମତ୍କାର ରଙ୍ଗ ପ୍ରଦାନ କରିଥାଏ । ପଥରର ଚମକ ସହିତ ଆକର୍ଷଣୀୟ ଡିଜାଇନରେ ଦୀପାବଳି ପାଳନ କରିବାର ସୁଯୋଗ ପ୍ରଦାନ କରୁଛି ଚାନ୍ଦିଭଣ୍ଡାର ।
ଚଳିତଥର ଉଭୟ ବ୍ରାଣ୍ଡ ଆମ୍ବାସଡର ବ୍ଲିଙ୍ଗ୍ ଏବଂ ଆମୋଘ କଲେକ୍ସନକୁ ପ୍ରଦର୍ଶିତ କରି ଗ୍ରାହକଙ୍କୁ ସ୍ୱତନ୍ତ୍ର ଦୀପାବଳି ଅଫର ପ୍ରଦାନ ପୂର୍ବକ ଚାନ୍ଦିଭଣ୍ଡାର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ାମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଅଫର ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ।
ଚାନ୍ଦିଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି , ଏଥର ଦୀପାବଳିରେ ଆମ ବ୍ରାଣ୍ଡ ଆମ୍ବାସଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶୀବାନି ସଙ୍ଗୀତା ବ୍ଲିଙ୍ଗ୍ ଓ ଆମୋଘ କଲେକ୍ସନ ସହ ନିଜକୁ ଆଭୁଷିତ କରିବେ । ଆମର ସ୍ୱତନ୍ତ୍ର ଦୀପାବଳି କ୍ୟାମ୍ପେନ୍ ମାଧ୍ୟମରେ ଉଭୟ ଆମ କଲେକ୍ସନର ମ୍ୟାଜିକକୁ ଲୋକଙ୍କ ଜୀବନରେ ଆଣିବେ । ଦୀପାବଳି ସେଲିବ୍ରେଶନକୁ ପରିଭାଷିତ କରୁଥିବା ଆନନ୍ଦ ଏବଂ ଷ୍ଟାଇଲକୁ ସେମାନେ ଉପସ୍ଥାପନ କରିବେ ।