ଖୋଲିଲା ‘ମିଆ ବାୟ ତନିସ୍କ’ର ତୃତୀୟ ଷ୍ଟୋର, ୨୦% ରିହାତି ଅଫର…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଭାରତର ଟ୍ରେଣ୍ଡି ତଥା ବହୁ ମୂଲ୍ୟବାନ ଫାଇନ୍ ଜୁଏଲେରୀ ବ୍ରାଣ୍ଡ୍ ‘ମିଆ ବାୟ ତନିସ୍କ’ ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଏହାର ତୃତୀୟ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ୍ ଷ୍ଟୋର ଖୋଲିଛି । ନିଜର ଅଭିନବ କାରିଗରୀ ଏବଂ ଟ୍ରେଣ୍ଡି ଡିଜାଇନ ପାଇଁ ମିଆ ଓଡ଼ିଶାରେ ଏହାର ରିଟେଲ୍ ଉପସ୍ଥିତି ବଢ଼ାଉଛି । ଏହି ନୂଆଷ୍ଟୋର ସହିତ ରାଜ୍ୟରେ ମିଆର ଷ୍ଟୋର ସଂଖ୍ୟା ୭ରେ ପହଞ୍ଚିଛି । ଭୁବନେଶ୍ୱରରେ ଏହା ତୃତୀୟ ଷ୍ଟୋର । ଏଥିସହିତ ଓଡ଼ିଶାରେ ପୁନଃ ଉପସ୍ଥିତି ମଜଭୂତ କରିଛି ବ୍ରାଣ୍ଡ୍ । ‘ମିଆ ବାୟ ତନିସ୍କ’ର ଏହି ଷ୍ଟୋରକୁ ଉଦଘାଟନ କରିଛନ୍ତି ରିଜିଓନାଲ ବିଜନେସ ହେଡ୍ ସୋମପ୍ରଭ କୁମାର ସିଂହ ଏବଂ ସର୍କଲ ବିଜନେଓ ହେଡ୍ ଆଲୋକ ରଞ୍ଜନ ।
ମିଆର ରିଟେଲ ସମ୍ପ୍ରସାରଣ ଯାତ୍ରାରେ ଏହା ଏକ ବଡ଼ ମାଇଲଖୁଣ୍ଟ । ପାର୍ବଣ ଅବସରରେ ଏହି ନୂଆ ଷ୍ଟୋରର ଉଦଘାଟନ ଗ୍ରାହକଙ୍କୁ ଆକ୍ସେସେବଲ ଏବଂ ପର୍ସନାଲାଇଜଡ କିଣାକିଣିର ଅନୁଭୂତି ପ୍ରଦାନ କରୁଛି । ଏହା ସହିତ ପାର୍ବଣ ସପିଂର ଉପଯୁକ୍ତସ୍ଥଳ ଭାବେ ନୂଆଷ୍ଟୋରକୁ ଉପସ୍ଥାପନ କରିଛି ‘ମିଆ ବାୟ ତନିସ୍କ’ । ପାର୍ବଣ ସେଲିବ୍ରେଶନକୁ ବଢ଼ାଇବା ପାଇଁ ଉଦଘାଟନୀ ଅଫର ଭାବେ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦% ପର୍ଯ୍ୟନ୍ତ ରିହାତି ଅଫର ରହିଛି ।
ଷ୍ଟୋରରେ ଟ୍ରେଣ୍ଡି ଏବଂ ସମସାମୟିକ ୧୪ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ଗହଣା ଡିଜାଇନର ବ୍ୟାପକ ସମ୍ଭାର ରହିଛି । ଷ୍ଟୋରରେ ମିଆର ନୂଆ ପାର୍ବଣ ସମ୍ଭାର ଏବଂ ଆକର୍ଷଣୀୟ କଲର୍ ଷ୍ଟୋନ୍, ଚମକଦାର ସୁନା, ଉଜ୍ଜ୍ୱଳହୀରା ଏବଂ ଦୀପ୍ତିମାନ ରୁପା ଗହଣାର ଅତି ସୁନ୍ଦର ପିସ୍ଗୁଡ଼ିକ ଉପଲବ୍ଧ । ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ଅନୁସାରେ ଭଳିକି ଭଳି କାନଫୁଲ, ହୁପ୍, ଷ୍ଟଡ୍ସ, ଫିଙ୍ଗର୍ ରିଙ୍ଗ୍, ବ୍ରେସ୍ଲେଟ୍, ଇୟର୍ କଫ୍, ପେଣ୍ଡେଣ୍ଟ, ନେକ୍ୱେର୍ ଏବଂ ମଙ୍ଗଳସୂତ୍ର ରହିଛି ।
ଉଦ୍ଘାଟନୀ ଅବସରରେ ‘ମିଆ ବାୟ ତନିସ୍କ’ର ରିଜିଓନାଲ ବିଜନେସ ହେଡ୍ ସୋମପ୍ରଭ କୁମାର ସିଂହ କହିଛନ୍ତି, ଭୁବନେଶ୍ୱରରେ ତୃତୀୟ ଷ୍ଟୋରର ଉଦ୍ଘାଟନ କରି ଆମେ ଅତ୍ୟନ୍ତ ଉତ୍ସାହିତ । ଏଠାକାର ଆଧୁନିକ ମହିଳାଙ୍କଠାରୁ ଗ୍ରହଣ କରିଥିବା ଭଲ ପାଇବା ଏବଂ ସମର୍ଥନରୁ ପ୍ରେରିତ ହୋଇ ଏ ଷ୍ଟୋର ଖୋଲାଯାଇଛି । ଷ୍ଟୋରର ଆକର୍ଷଣୀୟ ଓପନ୍-ଫର୍ମାଟ, ଯାହାକି ଗୋଲାପୀ ଏବଂ ସୁନେଲି ସେଡରେ ଡିଜାଇନ୍ ହୋଇଛି, ଏହା ଏକ ସ୍ୱାଗତପୂର୍ଣ୍ଣ ପରିବେଶ ସୃଷ୍ଟି କରୁଛି ।