ଓଡିଶା

ଆସନ୍ତା ୨୪ ଘଣ୍ଟା ପାଇଁ ରାଜଧାନୀରେ ଜଳଯୋଗାଣ ବନ୍ଦ…

ରାଜଧାନୀରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ । ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ । ମୁଖ୍ୟ ଜଳ ଯୋଗାଣ ପାଇପ୍ ମରାମତି ଯୋଗୁଁ ମୁଣ୍ଡଳିରୁ ଯୋଗାଣ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛି ୱାଟକୋ । ତେଣୁ ଆଗୁଆ ଜଳ ସଞ୍ଚିତ କରି ରଖିବାକୁ ପରାମର୍ଶ ଦେଇଛି ୱାଟକୋ ।

ପାତ୍ରପଡ଼ା, କଳିଙ୍ଗ ନଗର, ଭରତପୁର, ଘାଟିକିଆ, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ ସିଆରପିଏଫ୍ ଅଞ୍ଚଳଠୁ ଆରମ୍ଭ କରି ଯଦୁପୁର, ଡୁମୁଡୁମା, ନୟାପଲ୍ଲୀ, IRC ଭିଲେଜ୍, ଏକମ୍ର ଭିଲ୍ଲା, ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଅଞ୍ଚଳ, ତପୋବନ, ଏମ୍ସନଗର, ଏମ୍ସ ହସ୍ପିଟାଲ, ଜାଗମରା, କପିଳପ୍ରସାଦ ବିଡ଼ିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ, କ୍ରିସ୍‌ ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧବିହାର, ସୌଭାଗ୍ୟ ନଗର, ଶତାବ୍ଦୀ ନଗର ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ ।

ସେହିପରି ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ସାଲିଆ ସାହି, ମୈତ୍ରୀ ବିହାର ଭଳି ଅଞ୍ଚଳରେ ପାଣି ଯୋଗାଣ ବନ୍ଦ ରହିବ । ଏହାସହ ୟୁନିଟ୍ ୧ ଠାରୁ ୮ (ଆଂଶିକ) ପ୍ରଭାବିତ ହେବ । ନୟାପଲ୍ଲୀ ଅଞ୍ଚଳର  ଆଇ.ଆର.ସି ଭିଲେଜ ଏନ – ୧ ଠାରୁ ଏନ – ୬ ପର୍ୟ୍ୟନ୍ତ, ନୟାପଲ୍ଲୀ ଗାଁ, କବାରୀ ବସ୍ତି, ଗଡ଼ସାହି ବସ୍ତି, ନୀଳକଣ୍ଠ ନଗର, ବାଲିତୋଟା ସାହି, ଆନନ୍ଦ ବିହାର, ସିତାପୁର ବସ୍ତି, ଶାସ୍ତ୍ରୀ ନଗର ଅଞ୍ଚଳରେ ଜଳଯୋଗାଣ ବ୍ୟାହତ ରହିବ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା