ଓଡିଶା

ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…

ଜଗତସିଂହପୁର, (ଏଫ୍ଟୁଏସ୍/ ରୀତା ସାହୁ) : ପାରାଦୀପ ସ୍ଥିତ ବିଜୁ ମଇଦାନଠାରେ ଆସନ୍ତା ନଭେମ୍ୱର ୧୪ ତାରିଖରେ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ପାଇଁ ଅଫିସର କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁରରେ ଲୋକସଭା ସାଂସଦ ବିଭୁ ପ୍ରସାଦ ତରାଇ, ଜିଲ୍ଲାପାଳ ଜେ ସୋନାଲ, ଉପ ଜିଲ୍ଲାପାଳ, ପାରାଦୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜଗତସିଂହପୁର ଏସପିଙ୍କ ସମେତ ବାଲିଯାତ୍ରା କମିଟିର ବହୁ ସଦସ୍ୟମାନେ ଯୋଗ ଦେଇଥିଲେ । କଳିଙ୍ଗ ବାଲିଯାତ୍ରା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ଥିବାବେଳେ ଚଳିତ ବର୍ଷ ପୂର୍ବ ବର୍ଷଠାରୁ ଉନ୍ନତମାନର କରିବା ପାଇଁ ଲକ୍ଷ ରଖାଯାଇଛି । ଏଥିରେ ମନୋରଞ୍ଜନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ପ୍ରତ୍ୟେକ ଜିଲାରୁ ସଂସ୍କୃତି ଅନୁଷ୍ଠାନମାନଙ୍କୁ ସାମିଲ କରାଯିବା ପାଇଁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରସ୍ତାବ ଦେଇଛନ୍ତି । ଏହାସହ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା