ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା, କନ୍ଧମାଳକୁ ମିଳିଲା ୩ଟି ସ୍ୱର୍ଣ୍ଣ…

କନ୍ଧମାଳ, (ଏଫ୍ଟୁଏସ୍) : ରାଉରକେଲା ଦିପିକା ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ, କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର କ୍ୱାନ୍ କିଡୋ ସଂଘ ଅଂଶ ଗ୍ରହଣ କରି ୩ଟି ସ୍ୱର୍ଣ୍ଣ ପଦକ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଶିଦିଙ୍ଗ ଗ୍ରାମର କାର୍ଯ୍ୟରତ ସରକାରୀ କର୍ମଚାରୀ କଲ୍ୟାଣ କେଶରୀ ଦିଗାଲ ଏବଂ ଶରତ ଚନ୍ଦ୍ର ଦିଗାଲ ଏବଂ ଏଲିୟାନ୍ ପ୍ରଧାନଙ୍କୁ କୋଚ ଟ୍ରଫି ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପଶ୍ଚିମାଞ୍ଚଳ ଡିଆଇଜି ବିଜେସ ରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପାନୀପାଷ ଉପ-ଜିଲ୍ଲାପାଳ ବିଜୟ ନାୟକ, ରଘୁନାଥ ପଲ୍ଲାଇ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସଂଘର କୋଚ ଶରତ ଚନ୍ଦ୍ର ଦିଗାଲ, ମ୍ୟାନେଜର୍ ଜୁଲୟାନ୍ ପ୍ରଧାନ ପ୍ରମୁଖ ଏହି ରାଜ୍ୟ ସ୍ତରୀୟ କିଡୋ ପ୍ରତିଯୋଗିତାରେ ଉପସ୍ଥିତ ଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାକୁ ପଦକ ମିଳିଥିବାରୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।